The Topmost

“The eyes believe themselves, the ears believe other people.”

ସକ୍ରିୟ ହେଲା ମମତା ସେନା

ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଜାରି ରହିଛି। ଗୌହାଟିର ଶିବସେନାର ବିଦ୍ରୋହୀ ନେତା ରହୁଥିବା ହୋଟେଲ ବାହାରେ ଆଜି ସକାଳେ ତ୍ରୁଣମୂଳ କଂଗ୍ରେସ(ଟିଏମସି) କର୍ମୀମାନେ ବି‌କ୍ଷୋଭ କରିଛନ୍ତି। ଆସାମ ଟିଏମସି ନେତା ରିପୁନ ବୋରାଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭରେ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ। ପରିସ୍ଥିତିକୁ ଦେଖି ପୁଲିସ ଅଧିକ ସତର୍କ ହୋଇଛି ବିକ୍ଷୋଭକାରୀମାଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଉଦ୍ୟମ କରିଛି। ଆଜି ସକାଳେ ଟିଏମସି କର୍ମୀମାନେ ବିଜେପି ବିରୋଧରେ ନାରାବାଜି କରିଥିଲେ। ମହାରାଷ୍ଟ୍ରର ଶିବସେନା ସରକାରକୁ ଭାଙ୍ଗିବା ପାଇଁ ବିଜେପି ସବୁ ପ୍ରକାର ଶକ୍ତିକୁ ବିନିଯୋଗ କରିଥିବା ସ୍ଥାନୀୟ ଟିଏମସି ଅଭିଯୋଗ କରିଛି ।

ଟିଏମସି କହିଛି ଯେ, ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆସାମ ସରକାରଙ୍କ ନିଘା ନାହିଁ। ରାଜ୍ୟରେ ଆସିଥିବା ଭୟଙ୍କର ବନ୍ୟାରେ ୫୫ ଲକ୍ଷ ପ୍ରଭାବିତ ହୋଇଛନ୍ତି।  ବ୍ରହ୍ମପୁତ୍ର ଏବଂ ବାରାକ ନଦୀରେ ଆସିଥିବା ବନ୍ୟା ଯୋଗୁ  ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାଏଁ ବନ୍ୟାରେ ୮୯ ଜଣ ଲୋକଙ୍କ ମୃତ୍ୟୁ ଘଟିଲାଣି। ହେଲେ ବନ୍ୟା ବିପନ୍ନଙ୍କକୁ ସହାୟତା ବଦଳରେ ବିଜେପି ଘୃଣ୍ୟ ରାଜନୀତିରେ ମାତିଥିବା ଟିଏମସି କହିଛି।  ଗୌହାଟିର ରାଡିସିନ ବ୍ଲୁ ହୋଟେଲ ସମ୍ମୁଖରେ ଟିଏମସି ନେତାମାନେ ଏକାଠି ହୋଇ ବିଜେପି ବିରୋଧରେ ସ୍ଳୋଗାନ ଦେଇଛନ୍ତି।

ଏହି ହୋଟେଲେରେ ମହାରାଷ୍ଟ୍ର ସରକାରର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ସମର୍ଥକ ବିଧାୟକ ମାନେ ରହୁଛନ୍ତି। ହୋଟେଲରେ ଏକନାଥ ସିନ୍ଦେଙ୍କର ୪୦ ସମର୍ଥକ ବିଧାୟକ ରହୁଥିବା ଦାବି କରାଯାଇଛି । ଖବର ଅନୁଯାୟୀ,  ବୁଧବାର ବିଳମ୍ବିତ ରାତିରେ ଶିବସେନାର ଆଉ ୪ ବିଧାୟକ ଆସାମରେ ପହଞ୍ଚିଥିଲେ । ସେଠାରୁ ଗୌହାଟି ଯାଇ ଏକନାଥ ସିନ୍ଦେଙ୍କ ସହ ହୋଟେଲ୍‌ରେ ସାକ୍ଷାତ କରିଥିଲେ । ଏପିରିକି ଗୁରୁବାର ଆଉ ୩ ବିଧାୟକ ଯାଇ ଏକନାଥ ସିନ୍ଦେଙ୍କ ସହ ସାକ୍ଷାତ କରି ନିଜର ସମର୍ଥନ ଜଣାଇଥିବା କଥା ଚର୍ଚ୍ଚା ହେଉଛି । ମହାରାଷ୍ଟ୍ର ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୮୮ । ବିଜେପି ପାଖରେ ୧୦୬ ଆସନ ରହିଛି । ସେପଟେ ମେଣ୍ଟ ସରକାର ପାଖରେ ଅଛି ଶିବସେନାର ୫୬, କଂଗ୍ରେସର ୪୪, ଏନସିପିର ୫୩ ବିଧାୟକ । ଯଦି ବିଦ୍ରୋହୀ ବିଧାୟକ ସିନ୍ଦେ ୪୦ ବିଧାୟକଙ୍କ ସହ ଦଳ ଛାଡି ବିଜେପିରେ ସାମିଲ ହେବେ  ତେବେ ମେଣ୍ଟ ସରକାର ବହୁମତ ହରାଇ କ୍ଷମତାଚ୍ୟୁତ ହେବାର ସମ୍ଭାବନା ରହିଛି।

https://thetopmost.in/an-eye-drop-vyuti-can-get-back-your-eye-site/

https://thetopmost.in/powerful-south-movies-powerful-income-in-box-office/

SHARE BY