ଜାତୀୟ ଖାଦ୍ୟ ସୁରକ୍ଷାରେ ଚାଉଳ ହ୍ରାସକୁ ନେଇ ବର୍ଷିଲା ବିଜେଡି । ସଂସଦରେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ପ୍ରତିବାଦ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡପିଛା ୧୦ କିଲୋ ବଦଳରେ ୫ କିଲୋ ଚାଉଳ ପ୍ରଦାନ ପ୍ରସଙ୍ଗରେ ସଂସଦରେ ପ୍ରତିବାଦ । ମୁଣ୍ଡପିଛା ୫ କିଲୋ ଚାଉଳ କମାଯିବା ଦ୍ୱାରା ପରିବାରକୁ ମାସିକ ୨୫ରୁ ୩୦ କିଲୋ କମ୍ ଚାଉଳ ମିଳିବ । ଏହାଦ୍ୱାରା ଦେଶର ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ପ୍ରଭାବିତ ହେବ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଓଡ଼ିଶା ଭଳି ରାଜ୍ୟରେ ଏବେ ବି କୋଭିଡ ପ୍ରଭାବ କମିନାହିଁ । ତେଣୁ ପୂର୍ବ ଭଳି ୧୦ କିଲୋ ଲେଖାଏଁ ଚାଉଳ ଦେବାକୁ ସେ ଦାବି କରିଛନ୍ତି । ଆଜି ସଂସଦର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବାକୁ ସେ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସଂସଦ ମୁଲତବି ହୋଇଯିବାରୁ ସେ ଏନେଇ ଆଲୋଚନା କରିପାରିନାହାଁନ୍ତି । ଗରିବ ଲୋକଙ୍କୁ କମ୍ ଚାଉଳ ଯୋଗାଣ ଅର୍ଥ ଚାଷୀଙ୍କଠାରୁ ଧାନ ସଂଗ୍ରହ ମଧ୍ୟ ହ୍ରାସ ପାଇବ । ଏଭଳି ନିଷ୍ପତ୍ତିରେ ଉଭୟ ଚାଷୀ ଓ ଗରିବଙ୍କ ପେଟକୁ ଲାତ ମାରୁଛନ୍ତି କେନ୍ଦ୍ର ସରକାର ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା