ପରମାଣୁ ଏବଂ ଜୈବିକ ହତିଆର ପାଇଁ ଅର୍ଥ ଯୋଗାଣକାରୀଙ୍କ ସମ୍ପତ୍ତି ହେବ ସିଜ୍ । ସଂସଦର ସୌମୁମୀ ଅଧିବେଶନରେ ଏନେଇ ବିଲ୍ ପାସ ହୋଇଛି । ଜୈବିକ, ରାସାୟନିକ କିମ୍ୱା ପରମାଣୁ ଅସ୍ତଶସ୍ତ୍ର ବିନାଶର କାରଣ ହୋଇଥାଏ ଏବଂ ଭାରତ ଏକ ଶାନ୍ତିପ୍ରିୟ ଦେଶ । ଭାରତ ଏହାସହ ଜଡିତ ଅନେକ ଚୁକ୍ତି ଉପରେ ହସ୍ତାକ୍ଷର ମଧ୍ୟ କରିସାରିଛି । ଏହି ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପାଦ ଆଗକୁ ବଢାଇ ଏକ ମହତ୍ୱପୂର୍ଣ୍ଣ ବିଧେୟକ ପାରିତ ହୋଇଛି । ହତିଆର ଫଣ୍ଡିଂ ବିରୋଧରେ ଏହି ବିଧେୟକ ପାରିତ ହୋଇଛି । ସାମୂହିକ ବିନାଶର ହତିଆର ଏବଂ ଏହାର ଯୋଗାଣ ପ୍ରଣାଳୀ ସଂଶୋଧନ ବିଧେୟକ-୨୦୨୨ ନାଁରେ ଏହା ପାରିତ ହୋଇଛି । ଏହା ଏକ ସଂଶୋଧନ ବିଲ, ଏହା ଜରିଆରେ ଏହି ନାଁରେ ୧୭ ବର୍ଷ ପୁରୁଣା ଆଇନରେ ସଂଶୋଧନ କରାଯାଇଛି । ଚଳିତ ବର୍ଷ ବଜେଟ୍ ଅଧିବେଶନବେଳେ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା । ତେବେ ଏହି ବିଲକୁ ରାଜ୍ୟସଭାରେ ପାରିତ କରାଯିବାର ଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ