ଶ୍ରୀଲଙ୍କାରେ ପ୍ରଦର୍ଶନକାରୀଙ୍କୁ ସହଯୋଗ କଲା ସେନା । ଆର୍ଥିକ ଏବଂ ରାଜନୈତିକ ସଙ୍କଟକୁ ନେଇ ଶ୍ରୀଲଙ୍କାରେ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଶ୍ରୀଲଙ୍କାର ଚିଫ୍ ଅପ୍ ଡିଫେନ୍ସର ଷ୍ଟାଫ୍ ଜେନେରାଲ ଶିବେନ୍ଦ୍ର ସିଲଭା ସୈନ୍ୟଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନକୁ ପରୋକ୍ଷ ଭାବେ ସମର୍ଥନ କରିଛନ୍ତି । ରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଶିବେନ୍ଦ୍ର ସିଲଭା କହିଛନ୍ତି ଯେ ଆମର ସାହି ପଏଣ୍ଟ ଉପରେ ଆକ୍ରମଣ କରିବାକୁ ବା ଲୋକଙ୍କୁ ହଇରାଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ । ଯାହାକି ଏବେ ସେସିଆଲ ମିଡିଆରେ ପ୍ରଚାରିତ ହୋଇଚାଲିଛି । ଅନ୍ୟପଟେ ଅନ୍ୟଜଣେ ଅଧିକାରୀ ନିଜ ବୟାନରେ କହିଛନ୍ତି ଯେ, ଫିଲ୍ଡ ମାର୍ଶାଲ ସରଥ ଫୋସେକା ମଧ୍ୟ ଏହି ସମୟରେ ଅରଗଲୟା ସଙ୍ଘର୍ଷ ପଡିଆ ଉପରେ କବଜା କରିବାକୁ ଏକ ସୈନ୍ୟ ଅଭିଯାନର ଗୁଜବକୁ ଖଣ୍ଡନ କରି କହିଛନ୍ତି ଯେ, ‘ଭୟ କରିବାର କିଛି ନାହିଁ । ଶାନ୍ତି, ଓ ଅହିଂସା ଭାବେ ନିଜର ସଂଘର୍ଷ ଜାରି ରଖନ୍ତୁ ।’ ତେବେ ରାଷ୍ଟ୍ରପତି ଗୋଟାବାୟା ରାଜପାକସେଙ୍କ ଇସ୍ତଫାର ଦାବିକୁ ନେଇ ଏପ୍ରିଲ ୯ ତାରିଖରେ ବିରୋଧ ଆରମ୍ଭ ହୋଇଥିବାବେଳେ ଏହା ଏପର୍ଯ୍ୟନ୍ତ ଜାରି ରହିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ