ଆସନ୍ତା କାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଏନେଇ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । କାର୍ତ୍ତିକ ପୁର୍ଣିମା ଅବସରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ରାଜାଧିରାଜ ବେଶ ବା ସୁନା ବେଶ । ରାହୁ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଆଜି ମଧ୍ୟ ରାତ୍ର 12ଟା 10ରେ ଦ୍ବାରଫିଟା ନୀତି, 12ଟା 25ରେ ଭିତର ଶୋଧ, 12ଟା 30ରେ ମଙ୍ଗଳ ଆଳତୀ, 12ଟା 45ରେ ରୋଷ ହୋମ, 12ରେ 45 ମଇଲମ ଓ ତଡ଼ପ ଲାଗି, 1.15 ଅବକାଶ, 2ଟାରେ ସୂର୍ଯ୍ୟପୂଜା ହେବ । ସେହିପରି 2ଟା 30ରେ ଦ୍ବାରପାଳ ପୂଜା ପରେ ରାଜାଧିରାଜ ବେଶ, 3ଟାରେ ଗୋପାଳ ବଲ୍ଲଭ, 3 ଟା 20ରୁ 4ଟା 20ରେ ସକାଳ ଧୂପ, 4ଟା 45ରେ ବାଳଧୂପ ଓ ଭୋଗମଣ୍ଡପ, 5ଟା 10ରେ ବାଳଧୂପ ଶେଷ, 5ଟା 15ରେ ବନ୍ଦାପନା, 5ଟା 50 ସୁଦ୍ଧା ଭୋଗ ମଣ୍ଡପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା