ଶ୍ରୀମନ୍ଦିରରେ ଫିଙ୍ଗାହେଲା ଦୁଇ ଶହ ହାଣ୍ଡି ମହାପ୍ରସାଦ । ପ୍ରବେଶ କଟକଣା ପାଇଁ ହଇରାଣ ହେଲେ ହଜାର ହଜାର ଶ୍ରଦ୍ଧାଳୁ । ମନ୍ଦିରକୁ ନଯାଇପାରିବାରୁ ଅବଢ଼ା କିଣି ପାରିନଥିଲେ ଶ୍ରଦ୍ଧାଳୁ । ଫଳରେ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ହୋଇନପାରି ନଷ୍ଟ ହେବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପଟେ ମହାପ୍ରସାଦ ପାଇବା ଆଶାରେ ଶ୍ରୀମନ୍ଦିର ଦ୍ୱାର ନିକଟରେ ଥିବା ଦଲାଲଙ୍କ ହାବୁଡ଼ରେ ପଡ଼ି ହତାଶ ହୋଇଛନ୍ତି ଶ୍ରଦ୍ଧାଳୁ । ଯେଉଁମାନେ ମହାପ୍ରସାଦ ପାଇଲେ ପ୍ରକୃତ ଦର ଠାରୁ ବେଶ ଅଧିକ ଦେଇ ଶୋଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ମୁଖ୍ୟତଃ ପୁରୀ ଲୋକ ଏଭଳି ଦୁର୍ଦ୍ଦଶା ଭୋଗିଛନ୍ତି । ପର୍ବପର୍ବାଣୀରେ ଘର ଲୋକଙ୍କ ପାଇଁ ଅବଢ଼ା ନେବା ପୁରୀବାସୀଙ୍କ ସାଧାରଣ ଅଭ୍ୟାସ । ହେଲେ ମନ୍ଦିର ପ୍ରବେଶ କଟକଣା ପାଇଁ ଦଲାଲଙ୍କ ହାବୁଡ଼ରେ ଶ୍ରଦ୍ଧାଳୁ ପଡ଼ିଥିଲେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା