ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା । ଲୋକଙ୍କ ଚାହିଦାକୁ ଦେଖି ଗୋଟିଏ ଦିନ ବଢ଼ିଥିଲା ଯାତ୍ରା । ତେବେ ଶେଷ ଦିନରେ ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି । କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ଜନ ସମୁଦ୍ର ପାଲଟୁଛି ବାଲିଯାତ୍ରା ପଡ଼ିଆ । ଚଳିତ ବର୍ଷ ଅନେକ ଦୃଷ୍ଟିରୁ କଟକ ବାଲିଯାତ୍ରା ଇତିହାସ ରଚିଛି । ସର୍ବାଧିକ ୧୦ ଦିନ ଧରି ଚଳିତ ବର୍ଷ ବାଲିଯାତ୍ରା ଆୟୋଜିତ ହୋଇଥିବା ବେଳେ କଟକ ବାଲିଯାତ୍ରା ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲିରେ ନିଜ ବକ୍ତବ୍ୟରେ ସ୍ବତନ୍ତ୍ର ବର୍ଣ୍ଣନା କରିଥିଲେ । ଏବଂ କାଗଜ ଡଙ୍ଗା ପ୍ରସ୍ତୁତିରେ କଟକର ଛାତ୍ରଛାତ୍ରୀ ବିଶ୍ବ ରେକର୍ଡ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା