ସାମ୍ନାକୁ ଆସିଲା ଡିଜେ ଆଜେକ୍ସଙ୍କ ଶେଷ ଭିଡିଓ । ମୃତ୍ୟୁର ଠିକ୍ ପୂର୍ବରୁ ଏହି ସବୁ ଭିଡିଓ କରିଥିଲେ ଡିଜେ ଆଜେକ୍ସ । ଭିଡିଓରେ ଦେଖିବାକୁ ମିଳିଛି, ଡିଜେ ଆଜେକ୍ସ କାନ୍ଦି କାନ୍ଦି କହୁଛନ୍ତି – ଆଉ ବଂଚି ପାରିବିନି, ମରିଜିବି । ଗତ ମାର୍ଚ୍ଚ ମାସରେ ଡିଜେ ଆଜେକ୍ସ ରହୁଥିବା ଘରୁ ତାଙ୍କ ମୃତଦେହ ଜବତ ହୋଇଥିଲା । ଡିଜେ ଆଜେକ୍ସ ବା ଅକ୍ଷୟ କୁମାର ମହାରଣା, ପ୍ରେମ-ପ୍ରତାରଣାକୁ ନେଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ । ଏହାକୁ ନେଇ ଅନେକ ବିବାଦ ମଧ୍ୟ ସେହି ସମୟରେ ଉଠିଥିଲା । ଲୋକପ୍ରିୟ ଡିଜେଙ୍କ ପରିବାର ଲୋକଙ୍କ ତରଫରୁ ଥାନାରେ ଏତଲା ମଧ୍ୟ ହୋଇଥିଲା । ବର୍ତମାନ ଏହି ମାମଲା କୋର୍ଟରେ ବିଚାରଧିନ ରହିଛି । ଏବେ ଡିଜେ ଆଜେକ୍ସଙ୍କ ଶେଷ ଭିଡିଓକୁ ନେଇ ତନାଘନା ଆରମ୍ଭ ହୋଇଯାଇଛି । ନିଜର ଏହି ଭିଡିଓରେ କାନ୍ଦି କାନ୍ଦି ଜଣଙ୍କର ନାଁ ନେଉଥିବା ଦେଖିବାକୁ ମିଳିଛି । ତେବେ ପୋଲିସ ଏହି ଭିଡିକୁ ନେଇ ତଦନ୍ତ କରିଛି କି ନାହିଁ ସେ ନେଇ କୌଣସି ସୂଚନା ମିଳିନାହିଁ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା