ଶିମିଳିପାଳ ଫରେଷ୍ଟର ମାଥି ହାଁସଦା ହତ୍ୟା ଘଟଣା । ୧୦ ଜଣ ଶିକାରୀଙ୍କୁ ଗିରଫ କଲା ମୟୂରଭଂଜ ପୋଲିସ । ସର୍ଚ୍ଚ ଅପରେସନ ପରେ ୧୦ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ଧାର ରାତିରେ ଫରେଷ୍ଟର ମାଥି ହାଁସଦାଙ୍କୁ ଗୁଳି କରିଥିଲେ ଶିକାରୀ ଯାହାକି ଯାଞ୍ଚ ବେଳେ ଜଣାପଡିଛି । ଶିକାରୀଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ଧନୁତୀର, ବାଉଁଶ ଲାଠି ଓ କୁରାଢି, ଲୁହା ରଡ ଜବତ କରାଯାଇଛି । ସେମାନଙ୍କ ବିରୋଧରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ମୟୂରଭଂଜ ଏସପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି । ରାତି ଅଧରେ ଶିକାରୀଙ୍କ ସହିତ ମୁହାଁମୁହିଁ ହୋଇଥିଲେ ବନବିଭାଗ କର୍ମଚାରୀ । ଅନ୍ଧାର ରାତିରେ ଶିକାରୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । କିନ୍ତୁ ସେମାନେ ନିର୍ଦ୍ଦେଶ ନମାନି ବନ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ଗୁଳି ମାଡରେ ଫରେଷ୍ଟର ମାଥି ହାଁସଦା ଟଳି ପଡିଥିଲେ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ