ମୁମ୍ବାଇ: ମାର୍ଚ୍ଚ୧୫: ଆରମ୍ଭ ହୋଇଛି ଏକତା କପୁରଙ୍କ ଦ୍ୱାରା ପ୍ରଯୋଜିତ ଶୋ ଲକଅପ୍। ଏହି ରିଆଲିଟି ଶୋରେ ଏଭଳି କିଛି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି। ତେବେ ଶୋରେ ବର୍ତ୍ତମାନ ଏମିତି କିଛି ନୂଆ ତଥ୍ୟ ମିଳିଛି ଯାହା ସମସ୍ତଙ୍କୁ ତାଜୁବ କରିଦେଇଛି। ଶନିବାର ତହସିନଙ୍କ ପରେ ରବିବାର ଏପିସୋଡରେ, ଶିବମ୍ ଶର୍ମା, କରଣଭୀର ବୋହରା ଏବଂ ପାୟଲ ରୋହତଗିଙ୍କ ନାମ ଚାର୍ଜସିଟରେ ଆସିଥିଲା । କିନ୍ତୁ ଶିବମ୍ ଶର୍ମା ବଜର ଦବାଇ ତାଙ୍କ ଜୀବନର ସବୁଠାରୁ ବଡ ରହସ୍ୟରୁ ପରଦା ଉଠାଇ ଥିଲେ । ଶିବମ୍ କହିଥିଲେ କି- ହଁ ମୋର ଜଣେ ମହିଳାଙ୍କ ସହ ସମ୍ପର୍କ ଥିଲା ସେ ପୁଣି ଛାଡପତ୍ର ହୋଇଥିବା ମହିଳା ଯିଏ ମୋ ଘର ପାଖରେ ରହୁଥିଲେ । ସବୁଠାରୁ ବଡ କଥା ହେଲା ସେ ମୋ ମାଙ୍କର ବନ୍ଧୁ ଥିଲେ ଏବଂ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲି । ଏଥିରେ କିଛି ଭୁଲ୍ ନାହିଁ କାରଣ ସେ ଛାଡପତ୍ର ନେଇଥିଲେ । ଏବଂ ମୁଁ ତାଙ୍କୁ ସେକ୍ସସୁଆଲ ଲାଇଫ୍ରେ ସାହାଯ୍ୟ କରିବାକୁ ଚାହୁଁଥିଲି । ତେବେ ଶିବମଙ୍କ ଏପରି ବୟାନରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଶୋ ପାଇଁ ଏହା ଏର ନୂଆ କଣ୍ଟ୍ରୋଭର୍ସିର କାରଣ ସାଜିଛି।
More Stories
ଆଉ ନାହାଁନ୍ତି ଉତ୍ତମ..
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..