ଆଉନାହାନ୍ତି ପ୍ରଧାନମନ୍ତ୍ରୀଙ୍କ ମାଆ । ଶହେ ବର୍ଷ ବୟସରେ ହୀରାବେନ ମୋଦିଙ୍କ ଦେହାନ୍ତ ହୋଇଛି । ଅହମ୍ମଦାବାଦସ୍ଥିତ ୟୁଏନ ମେହେଟ୍ଟା ହସ୍ପିଟାଲରେ ହୀରାବେନ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅସୁସ୍ଥତା କାରଣରୁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ହୀରାବେନଙ୍କ ମୃତ୍ୟୁ ନେଇ ୟୁଏନ ମେହେଟ୍ଟା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭୋର ସାଢେ ୩ଟା ସମୟରେ ଆରପାରିକୁ ଚାଲିଯାଇଥିଲେ ହୀରାବେନ । ମା’ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ କହିଛନ୍ତି- ସେ ଥିଲେ ଜଣେ ନିସ୍ବାର୍ଥପର କର୍ମଯୋଗୀ । ତାଙ୍କର ଜୀବନ ଥିଲା ମୂଲ୍ୟବୋଧଭିତ୍ତିକ ।
“The eyes believe themselves, the ears believe other people.”
More Stories
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା