୨୦୨୪ ନିର୍ବାଚନରେ ‘ବିଜେପି’ ୫୦ଟି ଆସନ ହରାଇପାରେ । ଶଶୀ ଥରୁର୍ଙ୍କ ୨୦୨୪ ନିର୍ବାଚନ ଭବିଷ୍ୟବାଣୀ । ୨୦୨୪ ନିର୍ବାଚନରେ ୨୦୧୯ ନିର୍ବାଚନ ବିଜୟ ଫଳାଫଳ ଭଳି ହାସଲ କରିବା ‘ବିଜେପି’ ପକ୍ଷେ ଅସମ୍ଭବ ହେବ ବୋଲି କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଶାସକ ‘ବିଜେପି’ ୫୦ଟି ଆସନ ହରାଇପାରେ ବୋଲି ଆକଳନ କରାଯାଉଥିବା କଥା ମଧ୍ୟ ଥରୁର୍ କହିଛନ୍ତି । ‘କେରଳ ସାହିତ୍ୟ ଉତ୍ସବ’ରେ ‘ଇଣ୍ଡିଆ ଆଟ୍ ୭୫: ଏ ୱାକ୍ ଥ୍ରୋ ଦି ଡେମୋକ୍ରାଟିକ୍ ଇନ୍ଷ୍ଟିଚ୍ୟୁସନ୍’ ଶୀର୍ଷକ ଅଧିବେଶନରେ ଉଦ୍ବୋଧନ ଦେବା ବେଳେ ସେ ଏଭଳି କହିଛନ୍ତି । ସେ କହିଛନ୍ତି ଯେ, ସେ ‘ବିଜେପି’ର ପ୍ରାଧାନ୍ୟକୁ ସ୍ବୀକାର କରୁଛନ୍ତି ସତ, କିନ୍ତୁ ଏ କଥା ବି ସତ ଯେ, ଅନେକ ରାଜ୍ୟରେ ‘ବିଜେପି’ ହାରୁ ଥିବାରୁ ସାଧାରଣ ନିର୍ବାଚନରେ ହାରିଯିବା ଅସମ୍ଭବ ନୁହେଁ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ