ଦେଶରେ ଦରବୃଦ୍ଧି ଓ ବେରୋଜଗାରୀକୁ ନେଇ ଟିଏମସି ସାଂସଦଙ୍କ ବିରୋଧ । ଅଭିନବ ଉପାୟରେ ନିଜ ଦାବି ଜଣାଇଛନ୍ତି ଟିଏମସି ସାଂସଦ କାକୋଲି ଘୋଷ । ସେ ଲୋକସଭା ଗୃହରେ ନିଜ ଦାନ୍ତରେ କଞ୍ଚା ବାଇଗଣକୁ କାଟି ଛିଣ୍ଡାଇ ଦେଇଛନ୍ତି । ଏହାସହ ସେ ଅଭିଯୋଗ କରିଛନ୍ତି ଯେ ସେ ଲୋକଙ୍କୁ ରନ୍ଧା ନୁହେଁ ବରଂ କଞ୍ଚା ଖାଇବାର ଅଭ୍ୟାସ କରାଇବାକୁ ଚାହୁଁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଇନ୍ଧନ ଦରରେ ନିଆଁ ଲାଗିଛି । ବେଳେ ବେଳେ ଲାଗୁଛି ଏ ସରକାର ଆମକୁ କଞ୍ଚା ଖାଇବାର ଅଭ୍ୟାସ କରାଇବାକୁ ଚାହୁଁଛନ୍ତି । ଏହା ପରେ ଟିଏମସି ସାଂସଦ ଏକ ବାଇଗଣକୁ ଦାନ୍ତରେ କାମୁଡ଼ି କହିଥିଲେ, ମୁଁ କହୁଛି, ଇନ୍ଧନ ନଥିବାରୁ ମୁଁ ପରିବା କଞ୍ଚା ଖାଏ । ସରକାର ଲୋକଙ୍କୁ କଞ୍ଚା ଖାଇବାର ଅଭ୍ୟାସ ଠାରୁ ଦୂରେଇ ରଖିବା ଦରକାର । କାରଣ ଗତ କିଛି ମାସ ମଧ୍ୟରେ ଚାରିଥର ଏଲପିଜି ସିଲିଣ୍ଡର ଦର ବଢ଼ିଛି । ତୁରନ୍ତ ଏଲପିଜି ଦର ହ୍ରାସ କରାଯାଉ ବୋଲି କାକୋଲି ଘୋଷ ଗୃହରେ ଦାବି କରିଥିଲେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍