The Topmost

“The eyes believe themselves, the ears believe other people.”

ଲେବାନନ ଉପରେ ଜୋରଦାର ମିସାଇଲ ମାଡ

ଉଗ୍ର ହେଉଛି ଇସ୍ରାଏଲ ଓ ହମାସ ଯୁଦ୍ଧ । ହମାସର ଆଡ୍ଡାସ୍ଥଳୀ ଗାଜାକୁ ମାଟିରେ ମିଶାଇଦେବାକୁ ରକ୍ତମୁଖା ଇସ୍ରାଏଲ । ଘନଘନ ଆକ୍ରମଣରେ ଯାଉଛି ହଜାର ହଜାର ଜୀବନ । ବଞ୍ଚି ରହିବା ପାଇଁ ସଂଘର୍ଶ କରୁଛନ୍ତି ଲୋକ । ହମାସକୁ ସମର୍ଥନ କରୁଥିବା ଲେବାନନର ଆତଙ୍କବାଦୀ ସଙ୍ଗଠନ ହେଜବୁଲ୍ଲା ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ ସେନା । ହେଜବୁଲ୍ଲାର ବିଭିନ୍ନ ଶିବିର ଉପରେ ମିଜାଇଲ ମାଡ କରିଛି । ୱେଷ୍ଟବ୍ୟାଙ୍କରେ ଥିବା ପାଲେଷ୍ଟାଇନ୍ ନାଗରିକଙ୍କ ଉପରେ କଡା ନଜର ରଖାଯାଉଛି । ଏମାନଙ୍କ ଭିତରେ ବି ହମାସ ଆତଙ୍କବାଦୀ ରହିଥିବା ଦାବି କରୁଛି ଇସ୍ରାଏଲ ସେନା । ଗାଜା ପଟ୍ଟିରେ ଥିବା ଅଲ-ଅହଲି ହସ୍ପିଟାଲରେ ରକେଟ୍ ମାଡରେ ଶତାଧିକ ରୋଗୀ ଓ ସାଧାରଣ ନାଗରିକ ମୃତ୍ୟୁ ହୋଇଛି । ଏୟାର ଷ୍ଟ୍ରାଇକ୍ ଯୋଗୁଁ ୫୦୦ରୁ ଅଧିକ ନୀରିହ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗାଜାକୁ ଘେରାବନ୍ଦୀ କରି ରଖିଛି ଇସ୍ରାଏଲ । ଏଭଳି ପରିସ୍ଥିତିରେ ଆଜି ରାଫା ସୀମା ଦେଇ ୨୦ଟ୍ରକ ମାନବିକ ସହାୟତା ସାମଗ୍ରୀ ଗାଜାରେ ପହଞ୍ଚିବ ବୋଲି ସୂଚନା ମିଳିଛି ।