The Topmost

“The eyes believe themselves, the ears believe other people.”

ଲିବ୍ୟାରେ ସୁଦାନ ସ୍ଥିତି

 ଲିବ୍ୟାରେ ସୁଦାନ ସ୍ଥିତି । ଦୁଇ ବାହିନୀ ମଧ୍ୟରେ ଘମାଘୋଟ ସଂଘର୍ଷ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରାଜଧାନୀ ତ୍ରିପୋଲି । ସଂଘର୍ଷରେ ୫୫ ଜଣ ପ୍ରାଣ ହରାଇଥିବାବେଳେ ପ୍ରାୟ ୧୫୦ ଲୋକ ଆହତ ହୋଇଛନ୍ତି । ଶକ୍ତିଶାଳୀ ୪୪୪ ବ୍ରିଗେଡ ଓ ସ୍ପେଶାଲ ଡିଟରେନ୍ସର ଫୋର୍ସ ଅଲ-ରାଡା ମଧ୍ୟରେ ଜାରି ରହିଛି ତୁମୂଳ ସଂଘର୍ଷ । ୨୦୧୧ରେ ମୁଆମାର ଗଦ୍ଦାଫି ଗାଦିଚ୍ୟୁତ ହେବା ପରଠାରୁ ଦେଶରେ ଅସ୍ଥିରତା ଲାଗି ରହିଛି । ଦୁଇ ବାହିନୀ ମଧ୍ୟରେ ସଂଘର୍ଷ ବି ଥମିବାର ନାଁ ନେଉନାହିଁ । ୪୪୪ ବ୍ରିଗେଡ ମୁଖ୍ୟ କର୍ଣ୍ଣେଲ ମହମ୍ମଦ ହାମଜାଙ୍କୁ ଅଲ ରାଡା ବାହିନୀ ଧରି ନେବା ପରେ ଗତ ସୋମବାରଠାରୁ ଭୟଙ୍କର ହେବାରେ ଲାଗିଛି ସଂଘର୍ଷ । ରକେଟ ଲଞ୍ଚର ଓ ମେସିନ ଗନ ଜରିଆରେ ଚାଲିଛି ସଂଘର୍ଷ । ଗତବର୍ଷ ଅଗଷ୍ଟରେ ବି ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଥିଲେ ୩୨ ଜଣ । ନାଟୋ ଦ୍ବାରା ସମର୍ଥିତ ବିଦ୍ରୋହରେ ଗଦ୍ଦାଫି ଗାଦିଚ୍ୟୁତ ହେବା ପରଠାରୁ ଦେଶରେ ଜାରି ରହିଛି ଅସ୍ଥିରତା । ଚଳିତ ବର୍ଷ ଦେଶରେ ନିର୍ବାଚନ କରିବା ଲାଗି ଜାତିସଂଘ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏହି ସାନି ସଂଘର୍ଷ ଅନେକ ସଂଶୟ ସୃଷ୍ଟି କରିଛି ।