ଏଣିକି କପି ରୋକିବ ଓ୍ୱାର୍ ରୁମ୍ । କପି ରୋକିବାକୁ ଉତ୍ତରପ୍ରଦେଶ ସରକାରଙ୍କର ଅଭିନବ ଉପାୟ । ଏନେଇ ରାଜଧାନୀ ଲକ୍ଷ୍ନୌରେ ଏକ ଓ୍ୱାର୍ ରୁମ୍ ହେବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ । ସେ କହିଛନ୍ତି ଯେ ସବୁ ପରୀକ୍ଷା କେନ୍ଦ୍ରକୁ ଲକ୍ଷ୍ନୌରେ ଥିବା ଓ୍ୱାର୍ ରୁମ୍ ସହ ସଂଯୋଗ କରାଯିବ । ଏହାଦ୍ୱାରା ପରୀକ୍ଷାରେ ସ୍ୱଚ୍ଛତା ରହିପାରିବ । ଅନେକ ସେଲଫ୍ ଫାଇନାସିଂ କଲେଜରେ ପ୍ରାଧ୍ୟାପକଙ୍କୁ ଦରମା ମିଳୁନି । ଯାହାକୁ ନେଇ ଅସନ୍ତୋଷ ରହିଛି । ତେବେ ଏହାର ପ୍ରତିକାର ପାଇଁ ପ୍ରାଧ୍ୟାପକଙ୍କ ପ୍ରତିନିଧିଙ୍କ ସହ ବୈଠକ ବସିବ । ଏହା ଆସନ୍ତା ସେପ୍ଚେମ୍ବରରେ ଆୟୋଜନ ହେବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍