The Topmost

“The eyes believe themselves, the ears believe other people.”

ରୌପ୍ୟ ପଦକ ପକ୍କା କଲେ ପ୍ରମୋଦ

ଚୀନର ହାଙ୍ଗଝୌରେ ଚାଲିଥିବା ପାରା ଏସୀୟ କ୍ରୀଡ଼ାରେ ବୁଧବାର ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଶାର ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଆଜି ଏକ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ବ୍ୟାଡମିଣ୍ଟନ ପୁରୁଷ ଏକକ ବର୍ଗରେ ସେମି ଫାଇନାଲରେ ପ୍ରମୋଦ ଥାଇଲ୍ୟାଣ୍ଡର ମଙ୍ଗଖୋନ ବୁନ୍‌ସୁନ୍‌ଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ସହିତ ସେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ପ୍ରମୋଦ ଥାଇଲ୍ୟାଣ୍ଡର ମଙ୍ଗଖୋନ ବୁନ୍‌ସୁନ୍‌ଙ୍କୁ ୨୧-୧୩, ୨୧-୧୨ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଗତକାଲି ପ୍ରମୋଦ ମିକ୍ସଡ ଡବଲ୍ସ ବା ମିଶ୍ରିତ ଯୁଗଳରେ ସେମି ଫାଇନାଲରେ ମନୀଷା ରାମଦାସଙ୍କୁ ସାଥୀ କରି ଖେଳିଥିବା ବେଳେ ଇଣ୍ଡୋନେସିଆର ଯୋଡ଼ି ଲିଆନି ରାତ୍ରି ଓକତିଲା ଓ ହିଜମତ ରାମଦାନୀଙ୍କଠାରୁ ୧୯-୨୧ ଓ ୧୪-୨୧ରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ।