The Topmost

“The eyes believe themselves, the ears believe other people.”

ରାହୁଲ ଗାନ୍ଧୀଙ୍କୁ ଖୋଦ୍ କଂଗ୍ରେସ ବିଧାୟକଙ୍କ ସମାଲୋଚନା

ଚାଲିବା ଦ୍ବାରା ଭୋଟ ମିଳୁଥିଲେ ମେଣ୍ଢା ଚରାଳୀ ପ୍ରଧାନମନ୍ତ୍ରୀ ହୋଇ ଯାଇଥାନ୍ତେ । ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କଲେ ଖୋଦ୍ କଂଗ୍ରେସ ବିଧାୟକ । ପୁଣି ଥରେ କ୍ଷମତାକୁ ଫେରିବା ଆଶାରେ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିଛି କଂଗ୍ରେସ । ଦଳର ଏହି ଯାତ୍ରାକୁ ବିରୋଧୀ ସମାଲୋଚନା କରିଥିବା ‌ବେଳେ ଏବେ କଂଗ୍ରେସର ବିଧାୟକ, ଦଳର ଏହି ଯାତ୍ରାକୁ ସମାଲୋଚନା କରିଛନ୍ତି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ଭାଇ ଲକ୍ଷ୍ମଣ ସିଂ କହିଛନ୍ତି ଯେ, କେବଳ ଚାଲିବା ଦ୍ୱାରା ଭୋଟ୍ ବୃଦ୍ଧି ହେବ ନାହିଁ । ଯଦି କେବଳ ଚାଲିବା ଦ୍ୱାରା ଭୋଟ ମିଳୁଥାନ୍ତା ଜିତିଥାନ୍ତେ ତେବେ ମେଣ୍ଢା ଚରାଳୀ ପ୍ରଧାନମନ୍ତ୍ରୀ ହୋଇଯାଇଥାନ୍ତେ । ଏହି ଯାତ୍ରା ଆରମ୍ଭ କରିବାରେ ଦଳ ବିଳମ୍ବ କରିଦେଇଛି । ଗୋଟିଏ ପଟେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ସଭାପତି କରିବା ପାଇଁ ସଂକଳ୍ପ ନେଇଥିବା ବେଳେ ଦଳର ବିଧାୟକ ଲକ୍ଷ୍ମଣ ସିଂ କହିଛନ୍ତି ଯେ ତାଙ୍କ ଉପରେ ଚାପ ପକାଯିବା ଉଚିତ୍ ନୁହେଁ । ତେବେ ସେ ‘ଭାରତ ଯୋଡୋ ଯାତ୍ରା’ର ଉଦ୍ଦେଶ୍ୟକୁ ପ୍ରଶଂସା କରିଥିବା ବେଳେ ଏହି ଯାତ୍ରା କରିବାରେ କଂଗ୍ରେସ ବିଳମ୍ବ କରିଥିବା କହିଛନ୍ତି । ସେ କହିଛନ୍ତି ‌ଯେ, ଏବେ ଭାରତ ଯୋଡୋ ଯାତ୍ରା କରିବା ଦ୍ବାରା ଇଡିର ଚଢ଼ାଉ ପରେ କଂଗ୍ରେସ ଏଭଳି କରିଥିବା ଲୋକେ କହିବା ଆରମ୍ଭ କରିଛନ୍ତି ।