The Topmost

“The eyes believe themselves, the ears believe other people.”

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଦିଦି…

ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ । ତେବେ ସେ ୪ ଦିନିଆ ଦିଲ୍ଲୀ ଗସ୍ତ ବେଳେ ନୀତି ଆୟୋଗ ବୈଠକରେ ଯୋଗଦେବେ । ଏଥିସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ଟିଏମସି ଏବଂ ବିଜେପି ନେତା ମୁହାଁମୁହିଁ ହୋଇଛନ୍ତି । ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ କହିଛନ୍ତି ଯେ ମମତା ବାନାର୍ଜୀ ବୁଝାମଣା କରିବାକୁ ଦିଲ୍ଲୀ ଆସିଛନ୍ତି ।କିନ୍ତୁ ସରକାର ମମତାଙ୍କ ଏହି ଚାଲର ଶିକାର ହେବା ଉଚିତ ନୁହେଁ । ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ବିରୋଧୀମାନେ ଏପରି ଆରୋପ ଲଗାଇଥାନ୍ତି । ଏଥିରେ ନୂଆ କିଛି ନାହିଁ ।

SHARE BY