The Topmost

“The eyes believe themselves, the ears believe other people.”

ରାମସେତୁକୁ ନେଇ ରାଜନୀତି

ପୁଣି ଥରେ ଚର୍ଚ୍ଚାରେ ରାମସେତୁ । ଭାରତ ଓ ଶ୍ରୀଲଙ୍କାକୁ ଯୋଡୁଥିବା ଏହି ସେତୁକୁ ନେଇ ରାଜନୀତି । କଂଗ୍ରେସ ଓ ବିଜେପି ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଛି । ରାମସେତୁକୁ ନେଇ କୌଣସି ଠୋସ୍ ପ୍ରମାଣ ନାହିଁ । ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ନିକଟରେ ଏହି ବୟାନ ଦେଇଥିଲେ । ବୟାନକୁ ନେଇ ଏବେ କଂଗ୍ରେସ ଓ ବିଜେପି ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଛି । ରାଜ୍ୟସଭାରେ ବିଜେପି ସାଂସଦ କାର୍ତିକେୟ ଶର୍ମା ରାମସେତକୁ ନେଇ ପ୍ରଶ୍ନ ପଚାରିଥିଲେ । ଏହାର ଜବାବ ରଖି କେନ୍ଦ୍ରମନ୍ତ୍ରୀ କହିଥିଲେ ରାମସେତୁର ଇତିହାସ ୧୮ହଜାର ବର୍ଷ ପୁରୁଣା କିନ୍ତୁ ଏହା ସତ୍ୟତାକୁ ନେଇ କୌଣସି ଠୋସ ପ୍ରମାଣ ନାହିଁ । ଏହି ବୟାନକୁ ନେଇ କଂଗ୍ରେସ ନେତା ପୱନ ଖେଡା ଟୁଇଟ କରି ସରକାରଙ୍କୁ ସମାଲୋଚନା କରିଛନ୍ତି । ସେପଟେ ରାଜ୍ୟସଭା ସାଂସଦ ରାଜ୍ୟବର୍ଦ୍ଧନ ରାଠୋଡ ପୱନ ଖେଡାଙ୍କୁ ଟୁଇଟର ଜବାବ ଦେଇଛନ୍ତି ।