The Topmost

“The eyes believe themselves, the ears believe other people.”

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେନି କଂଗ୍ରେସ ନେତା

ଅଯୋଧ୍ୟାରେ ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ସମାରୋହଙ୍କୁ ଅନେକ ଲୋକ ଓ ରାଜନୈତିକ ଦଳମାନଙ୍କୁ ନିମନ୍ତ୍ରଣ ମିଳିଥିଲେ ବି କଂଗ୍ରେସ ନେତାମାନେ ଏହି ଉତ୍ସବରେ ଯୋଗ ଦେବେ ନାହିଁ । ଏନେଇ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି କି, ଆମ ଦେଶର ଲକ୍ଷ ଲକ୍ଷ ଲୋକ ଭଗବାନ ରାମଙ୍କର ପୂଜା କରିଥାନ୍ତି । ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର, ହେଲେ ଆରଏସଏସ ଓ ବିଜେପି ଅନେକ ବର୍ଷ ଧରି ଅଯୋଧ୍ୟାର ରାମ ମନ୍ଦିରକୁ ରାଜନୈତିକ ପ୍ରକଳ୍ପ ଭାବେ ବ୍ୟବହାର କରୁଛନ୍ତି । ବିଜେପି ଓ ଆରଏସଏସ ନେତମାନେ ଅଧା ନିର୍ମାଣ ହୋଇଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କେବଳ ନିର୍ବାଚନୀ ଲାଭ ପାଇଁ କରୁଥିବା ଜୟରାମ ରମେଶ କହିଛନ୍ତି । ଏନେଇ ବୁଧବାର ଦିନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅଧିର ରଂଜନ ଚୌଧୁରୀ ସ୍ପଷ୍ଟ କରିଛନ୍ତି କି, କଂଗ୍ରେସ ନେତାମାନେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ । ଏହା ବିଜେପି ଓ ଆରଏସଏସର ବ୍ୟକ୍ତିଗତ ଉତ୍ସବ ବୋଲି କଂଗ୍ରେସ ନେତା କହିଛନ୍ତି ।