ରାମ ନବମୀ ପାଇଁ ଅନୁମତି ନାହିଁ

ରାମ ନବମୀକୁ ନେଇ ପଶ୍ଚିମବଙ୍ଗରେ ମାହୋଲ ସରଗରମ । ବିଭିନ୍ନ ସ୍ଥାନରେ ରାମନବମୀ ପାଳିବାକୁ ଅନୁମତି ଦେଉନି ପୋଲିସ । ଏହା ପୋଲିସ ର ମନମାନି ନାଁ ରାଜନୈତିକ ଆଜେଣ୍ଡା ବୋଲି ପ୍ରଶ୍ନ କରିଛନ୍ତି ବିଶ୍ବ ହିନ୍ଦୁ ପରିଷଦର ମୁଖ୍ୟ । ପୋଲିସ ସେମାନଙ୍କୁ ଅନୁମତି ଦେଇନଥିବା ଅଭିଯୋଗରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ବୁଧବାର ଦିନ କଲିକତା ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛି । ଜଷ୍ଟିସ ତିର୍ତ୍ତନକର ଘୋଷ ଏକ ମାମଲା ଦାୟର କରିବାକୁ ଅନୁମତି ଦେଇଛନ୍ତି। ଆବେଦନକାରୀଙ୍କ କହିବାନୁସାରେ, ପ୍ରସ୍ତାବିତ ରାମ ନବମୀ ଶୋଭାଯାତ୍ରା ଦିନ ଅନ୍ୟାନ୍ୟ ପ୍ରକ୍ରିୟା ଅଛି ବୋଲି ପୋଲିସ କହିଛି। ପଶ୍ଚିମ ମେଦିନୀପୁରର ମୋହନପୁରରେ ରାମ ନବମୀ ରାଲି, ଅନୁମତି ମାଗିବା ପାଇଁ ଜଷ୍ଟିସ ଘୋଷଙ୍କ ବେଞ୍ଚରେ ଭିଏଚପି ଦ୍ବାରା ପଠାଯାଇଥିବା ଅଭିଯୋଗର ଶୁଣାଣି ହେବ ।

ଭିଏଚପି ଦକ୍ଷିଣ ବେଙ୍ଗଲ ସଚିବ ଚନ୍ଦ୍ରନାଥ ଦାସ କହିଛନ୍ତି, “ପୋଲିସ ଆମକୁ ରାମନବମୀ ରାଲି ବାହାର କରିବାକୁ ଅନୁମତି ଦେଉ ନ ଥିବାରୁ ଆମେ କୋର୍ଟର ଆଶ୍ରୟ ନେଇଛୁ । ସୌଜନ୍ୟତା ଦୃଷ୍ଟିରୁ ଆମେ ଅନୁମତି ମାଗୁଛୁ । ଗତ 10-15 ବର୍ଷ ମଧ୍ୟରେ ରାମ ନବମୀ ପାଳନ କରାଯାଇଛି । ଏବଂ ଆଗକୁ ମଧ୍ୟ ପାଳନ କରାଯିବ । ପୋଲିସ୍ ଜାଣିଶୁଣି ଆମ ଭାବନାକୁ ଭାଙ୍ଗିବାକୁ ଚାହୁଁଛି । ଏହା କେବଳ ପଲିଟିକାଲ ଏଜେଣ୍ଡା ହୋଇ ରହିଛି ।  କିନ୍ତୁ ଭଗବାନ ଶ୍ରୀରାମ କୌଣସି ନିର୍ଦ୍ଧିଷ୍ଟ ଦଳର ନୁହେଁ । ତେଣୁ ଆମକୁ ଆଗାମୀ 6 ତାରିଖରେ ରାମ ନବମୀ ରାଲି କରିବାକୁ ଅନୁମତି ଦିଆଯାଉ ।

SHARE BY