ପୁଣି କଲବଲ କରୁଛି ଶୀତ । ରାତିରେ ଖସୁଛି ପାରଦ । ଜାଡର ମାଡ଼ରେ ଅସହ୍ୟ ହେଉଛି ଜନ ଜୀବନ । ସ୍ବାଭାବିକ ତାପମାତ୍ରା ଠାରୁ ରାତିରେ ଦୁଇରୁ ତିନି ଡିଗ୍ରୀ କମୁଛି ପାରା । ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାର ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ପୁଣି ଥରେ ୧୫ ଡିଗ୍ରୀ ଭିତରେ ରହିବା ଅନୁମାନ କରାଯାଉଛି । ସେହିଭଳି ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଭିତରେ ରହିବ । ଶୀତ ବଢ଼ିବା ସତ୍ତ୍ବେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେବ । ୧୭ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ପଶ୍ଚିମଝଡ଼ ପ୍ରଭାବରେ ଉତ୍ତର ଓ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା