ଦିନକ ପରେ ବୋଇତ ବନ୍ଦାଣ ଉତ୍ସବ । ରାଜଧାନୀର ଦୁଇଟି ନଦୀ କୁଆଖାଇ, ଦୟା ଓ ବିନ୍ଦୁସାଗରରେ ଲୋକେ ଡଙ୍ଗା ଭସାଇବେ । ଏହି ସମୟରେ ହଜାର ହଜାର ଲୋକଙ୍କ ଭିଡ଼ ହେବ । ଚନ୍ଦ୍ରଗ୍ରହଣ କାରଣରୁ ଚଳିତ ଥର ରାତି ୨ଟାରୁ ସକାଳ ୫ଟା ୪୫ ମଧ୍ୟରେ ଡଙ୍ଗା ଭସା ହେବ । ଏହି ସମୟରେ ଲୋକଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପାରେ । ସେହିପରି ଡଙ୍ଗା ଭସାଇବା ବେଳେ ଅଘଟଣ ଘଟିବାର ମଧ୍ୟ ଆଶଙ୍କା ଥାଏ। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ, ଭୁବନେଶ୍ବର ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । କମିସନରେଟ ପୁଲିସ୍ ପକ୍ଷରୁ ଟ୍ରାଫିକ୍ ଓ ସୁରକ୍ଷା ପାଇଁ ୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଓ ୧୦ ଅଫିସର୍ ନିୟୋଜିତ ହେବେ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା