ପହିଲିଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି । ପ୍ରତିଦିନ ରାତି ୨ଟାରୁ ଦ୍ୱାର ଫିଟା ହେବ ଏବଂ ଭୋର ୫ଟା ୨୦ରୁ ପହିଲି ଭୋଗ ନୀତି ହେବ । ଡିସେମ୍ବର ୧୫ରୁ ଜାନୁଆରି ୧୫ ତାରିଖ ଯାଏ ଭକ୍ତଙ୍କ ଦର୍ଶନ ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର ଖୋଲିବ । ରାତି ୧୧ଟାରେ ପହୁଡ ପଡିବ । ମହାଲକ୍ଷ୍ମୀଙ୍କ ହାତରନ୍ଧା ବଦଳରେ ମା’ଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ । ଏଥିପାଇଁ ସଅଳ ନୀତିକାନ୍ତ ହେବା ସହ ମହାପ୍ରସାଦ ମଧ୍ୟ ବାହାରିବ । ଏନେଇ ଗତକାଲି ହୋଇଥିବା ଛତିଶାନିୟୋଗ ବୈଠକ ନିଷ୍ପତ୍ତି ହୋଇଛି । ଡିସେମ୍ବର ୧୫ ତାରିଖରେ ଦେବାଭିଷେକ ପୂର୍ଣ୍ଣିମାରେ ପୂର୍ବାହ୍ନ ସାଢେ ୧୧ଟାରେ ମହାପ୍ରଭୁଙ୍କ ଶୀପୟର ଲାଗି ଅଭିଷେକ ବେଶ ହେବ । ତେବେ ଜାନୁଆରୀ ୧୫ ତାରିଖ ମକର ସଂକ୍ରାନ୍ତି ପାଇଁ ସକାଳ ୧୧ ଟାରେ ନୁଆଲୁଗା ଲାଗି ହୋଇ ମହାପ୍ରଭୁ ମକର ବେଶରେ ଦର୍ଶନ ଦେବେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା