The Topmost

“The eyes believe themselves, the ears believe other people.”

ରାଜ୍ୟସଭାରେ ଉପରାଷ୍ଟ୍ରପତିଙ୍କୁ ବିଜେଡିର ସ୍ବାଗତ

ରାଜ୍ୟସଭାରେ ଉପରାଷ୍ଟ୍ରପତିଙ୍କୁ ବିଜେଡିର ସ୍ବାଗତ । ଗୃହ ପରିଚାଳନାରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଡ.ସସ୍ମିତ ପାତ୍ର । ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ସଂସଦ ମର୍ଯ୍ୟାଦା ରକ୍ଷା କରି ଗୃହ କିପରି ସୁରୁଖୁରରେ ଚାଲିପାରିବ ସେନେଇ ସବୁ ପ୍ରକାର ସହଯୋଗ କରିବେ ବୋଲି ସାଂସଦ ଡ. ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି । ସଂସଦୀୟ କାର୍ଯ୍ୟଧାରାରେ ଲକ୍ଷ୍ମଣ ରେଖା ଉଲ୍ଲଘଂନ ନକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି । ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ଠିକ ଭାବେ ଗୃହରେ ଅନୁପାଳନ କରିବୁ ବୋଲି ସସ୍ମିତ ପ୍ରତିଶ୍ରୁତି ଦେଇଛନ୍ତି । ସସ୍ମିତ ତାଙ୍କ ଅଭିଭାଷଣରେ ଉପରାଷ୍ଟ୍ରପତି ଧନଖଡଙ୍କୁ ଅନୁଭବି, ଜ୍ଞାନର ଭଣ୍ଡାର କହିବା ସହ ତାଙ୍କର ମାନବିକତା ଦିଗ ପ୍ରତି ଉଲ୍ଲେଖ କରିଛନ୍ତି ।