ରାଜ୍ୟରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ନିଆଯିବ ପଦକ୍ଷେପ । ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଶ୍ରୀଭିଲେପାର୍ଲେ କେଲବାଣୀ ମଣ୍ଡଲ(ଏସ୍ଭିକେଏମ୍) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରିବା ପାଇଁ ଆସିଥିବା ପ୍ରସ୍ତାବକୁ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି। ଏହି ପଦକ୍ଷେପ ଉଚ୍ଚଶିକ୍ଷା କ୍ଷେତ୍ରରେ ମାନବୃଦ୍ଧି ସହିତ ଉତ୍କର୍ଷ ପ୍ରତିପାଦନ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଇଛି। ସୂଚନା ଅନୁସାରେ, ବିଶ୍ୱସ୍ତରୀୟ ଶିକ୍ଷା ପରିବେଶ ସୃଷ୍ଟି କରିବା ପାଇଁ NMIMS ବିଶ୍ୱବିଦ୍ୟାଳୟର ଏକ କ୍ୟାମ୍ପସ୍ ଭୁବନେଶ୍ୱରରେ ଖୋଲିବ। ଏଥିପାଇଁ ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଗଉଡ଼କାଶିପୁର ଗ୍ରାମରେ ୪୦ଏକର ଜମି ଯୋଗାଇଦେବେ। ଏଥିସହ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ପ୍ରଦାନ କରିବେ ସରକାର। ଏହି କ୍ୟାମ୍ପସ୍ରେ ଦକ୍ଷତା ଅନୁସାରେ ୩୦% ଆସନରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଆଯିବ। ପର୍ଯ୍ୟାୟକ୍ରମେ ଏସ୍ଭିକେଏମ୍ ଏହି କ୍ୟାମ୍ପସ୍ର ସମ୍ପ୍ରସାରଣ କରିବ ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି