The Topmost

“The eyes believe themselves, the ears believe other people.”

ରାଜ୍ୟରେ ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ରାଙ୍କିଂ

ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ରାଙ୍କିଂ । ଆସନ୍ତାକାଲି ଏହି ରାଙ୍କିଂ ପ୍ରକାଶ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପ ଜିଲ୍ଲା ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ରାଙ୍କିଂ ପ୍ରକାଶ ପାଇବ । ହସ୍ପିଟାଲ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ– HMIS ବେଞ୍ଚମାର୍କ ଅନୁସାରେ ରୋଗୀ ସେବା, ରୋଗୀ ସନ୍ତୁଷ୍ଟିକରଣ, ବେଡ ଅକ୍ୟୁପାନ୍ସି, ସର୍ଜରୀ ସୁବିଧା, ଗୁଣବତ୍ତା ପରି ୩୨ ଟି ବର୍ଗରେ ବିଭିନ୍ନ ମାନଦଣ୍ଡ ଆଧାରରେ ଏହି ରାଙ୍କିଂ ତିଆରି ହୋଇଛି । ୨୦୨୦-୨୧, ୨୦୨୧-୨୨, ୨୦୨୨-୨୩ ବର୍ଷ ପାଇଁ ପ୍ରକାଶ ପାଇବ ରାଙ୍କିଂ । ସ୍ଵାସ୍ଥ୍ୟ ସେବାରେ ଉତ୍କର୍ଷତା ପାଇଁ ମିଳିବ ମୁଖ୍ୟମନ୍ତ୍ରୀ ପୁରସ୍କାର । ଆସନ୍ତାକାଲି ଲୋକସେବା ଭବନରେ ଆୟୋଜିତ ହେବାକୁ ସ୍ଵତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।