ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୫,୫୮୯ କୋଟି ଟଙ୍କା ଋଣ କରିବେ । ସେହିପରି ୧୪ ହଜାର ଏକ କୋଟି ୩୧ ଲକ୍ଷ ଟଙ୍କା ଋଣ ପରିଶୋଧ କରିବା ପାଇଁ ବଜେଟ୍ରେ ବ୍ୟବସ୍ଥା କରାଯାଇସାରିଛି । ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ଭାର ୯୭ ହଜାର ୨ଶହ ୫ କୋଟି ୩ ଲକ୍ଷ ଟଙ୍କା ଥିଲା । ଏହି ସମୟରେ ମୁଣ୍ଡ ପିଛା ଋଣର ପରିମାଣ ୨୨,୦୪୨ ଟଙ୍କା ରହିଥିଲା । ସେପଟେ ସେପ୍ଟେମ୍ବର ସୁଦ୍ଧା ଋଣ ପରିମାଣ ନେଇ ଅର୍ଥ ବିଭାଗ ପକ୍ଷରୁ ତଥ୍ୟ ରଖାଯାଇଛି । କେନ୍ଦ୍ର ସରକାରଙ୍କ ଠାରୁ ୧୮୩୪୭.୮୨ କୋଟି ଟଙ୍କା, ଏନଏସଏସଏଫ ୬୨୪୨.୯୭ କୋଟି, ଖୋଲା ବଜାରରୁ ୨୫୫୫୮.୦୭ କୋଟି ଟଙ୍କା, ନାବାର୍ଡ ୧୬୪୩୧.୫୨ କୋଟି ଟଙ୍କା, ଜିଆଇସିରୁ ୨.୨୮ କୋଟି ଏବଂ ଏସସିଡିଏଫରୁ ୧୫୦ କୋଟି ଟଙ୍କା ଋଣ ଗ୍ରହଣ କରାଯାଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍