The Topmost

“The eyes believe themselves, the ears believe other people.”

tmc leader meet amit sah

ରାଜ୍ୟପାଳଙ୍କୁ ହଟାଇବାକୁ ଟିଏମସି କରୁଛି ଉପାୟ

ନୂଆଦିଲ୍ଲୀ: ମାର୍ଚ୍ଚ ୨୫: ପଶ୍ଚିମବଙ୍ଗ ବୀରଭୂମ ହିଂସାକୁ ନେଇ ତୀବ୍ର ହେଉଛି ରାଜନୀତି। କେନ୍ଦ୍ରୀୟ ବିଜେପି ନେତା ଲଗାତାର ମମତା ସରକାରଙ୍କୁ ଘଟଣା ପାଇଁ ଦାୟୀ କରୁଛନ୍ତି । ଏହାରି ଭିତରେ ଟିଏମସି ସାଂସଦଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଏହାସହ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ହଟାଇକୁ ଦାବି ମଧ୍ୟ କରିଛନ୍ତି। ଟିଏମସି ନେତା ସୁଦୀପ ବନ୍ଦୋପଧ୍ୟାୟ ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇଥିଲେ । ଘଟଣାରେ ରାଜନୀତି ନ କରି ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବା ଦରକାର ବୋଲି ଗୃହମନ୍ତ୍ରୀ କହିଥିବା ସେ କହିଥିଲେ। https://twitter.com/SuvenduWB/status/1507013012648914949ଏହାସହ ଟିଏମସି ନେତା ସୁଦୀପ ରାଜ୍ୟପାଳ ଗଜଦୀପ ଧନଖରଙ୍କ ଗାଦିଚୁ୍ୟତ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିବା ଆଲୋଚନା ହେଉଛି ।

SHARE BY