The Topmost

“The eyes believe themselves, the ears believe other people.”

ରାଜେନ୍ଦ୍ର ଦାସଙ୍କୁ ସାଂସଦ ମାନସ ମଙ୍ଗରାଜଙ୍କ ଟାର୍ଗେଟ

ଉପନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀ ବିଜେଡିର ଗ୍ରହଣୀୟତାକୁ ପ୍ରଭାବିତ କରିପାରିବେ ନାହିଁ । ଏପରି କହି ବିଦ୍ରୋହୀ ପ୍ରାର୍ଥୀ ତଥା ବିଜେଡିରୁ ବହିସ୍କୃତ ରାଜେନ୍ଦ୍ର ଦାସଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ସେ କହିଛନ୍ତି, ‘ଗତ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ବିକାଶର ଧାରା ଚାଲିଛି । ତେଣୁ ନିର୍ବାଚନରେ ବିକାଶ, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ତାଙ୍କ ଭାବମୂର୍ତ୍ତି ଲୋକଙ୍କୁ ପ୍ରଭାବିତ କରୁଛି । ପୂର୍ବରୁ ମଧ୍ୟ ଅନେକ ନିର୍ବାଚନରେ ଅନୁକମ୍ପା କଥା ଉଠିଛି । କିନ୍ତୁ ରାଜ୍ୟବାସୀ ବିକାଶକୁ ଭରସା କରିଛନ୍ତି । ବିଜେଡି ଲୋକଙ୍କ ସହ ରହିଛି ଆଉ ଲୋକଙ୍କ ପାଇଁ କାମ କରୁଛି ।’ ଆଗକୁ ସେ କହିଛନ୍ତି, ‘ବିଦ୍ରୋହୀ ପ୍ରାର୍ଥୀ ବିଜେଡି ବିଜୟରେ କୌଣସି ପ୍ରଭାବ ପକାଇବ ନାହିଁ । ଧାମନଗରରେ ବିଜେଡି ବିପୁଳ ଭୋଟରେ ବିଜୟ ଲାଭ କରିବ । ବାଲେଶ୍ବର ଉପନିର୍ବାଚନରେ ବି ଅନୁକମ୍ପା କଥା ଉଠିଥିଲା । ହେଲେ ରେଜଲ୍ଟ କ’ଣ ହେଲା ସମସ୍ତେ ଦେଖିଲେ । ୬ ତାରିଖ ରେଜଲ୍ଟକୁ ଅପେକ୍ଷା କରନ୍ତୁ । ଏଠି ବିକାଶର ପ୍ରଭାବ ଅଛି । ମୁଖ୍ୟମନ୍ତ୍ରୀଙ୍କ ନିଷ୍କଳଙ୍କ ଭାବମୂର୍ତ୍ତିର ପ୍ରଭାବ ରହିଛି ।’ ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଆସିବେ କି ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ’୩୧ ତାରିଖରେ ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଯୋଡ଼ି ହେବେ ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଆମେ ନିର୍ବାଚନ ସଭା ଅପେକ୍ଷା ଲୋକଙ୍କ ପାଖକୁ ଯାଇ ପ୍ରଚାର କରିବା ଉପରେ ଅଧିକ ଧ୍ୟାନ ଦେଉଛୁ ।’