The Topmost

“The eyes believe themselves, the ears believe other people.”

ରାଜସ୍ୱ ଡିଜିଟାଇଜେସନରେ ଦେଶରେ ଓଡ଼ିଶା ଶ୍ରେଷ୍ଠ

ଜମିଜମା ଦସ୍ତାବିଜର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ପ୍ରଦର୍ଶନ ଉଲ୍ଲେଖନୀୟ । ଏହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ଜିଲ୍ଲାକୁ ସମ୍ମାନିତ କରିଛନ୍ତି । ଏହି ଜିଲ୍ଲାଗୁଡ଼ିକ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କ୍ଷେତ୍ରରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରି ଗତ ଜୁଲାଇରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଭୂମି ସମ୍ମାନ ପୁରସ୍କାର ଗ୍ରହଣ କରିଥିଲେ । ଏହାସହ ଜମିଜମା ଦସ୍ତାବିଜର କମ୍ପୁଟରୀକରଣ କରିବା କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ମଧ୍ୟ ମାନ୍ୟତା ପାଇଥିଲା । ଏହି ଜିଲ୍ଲାଗୁଡ଼ିକ ହେଲେ ଅନୁଗୁଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର । ଏହି ଜିଲ୍ଲାଗୁଡ଼ିକୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଗୁରୁବାର ଲୋକସେବା ଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଟ୍ରଫି ଓ ସମ୍ମାନପତ୍ର ପ୍ରଦାନ କରିଥିଲେ ।