() ରାଜସ୍ଥାନରେ ତାଣ୍ଡବ ରଚିଛି ପ୍ରାକ୍ ମୌସୁମୀ ବର୍ଷା । ପ୍ରାୟ ୬ ଘଣ୍ଟା ଧରି ବର୍ଷା ହେବା ଫଳରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ଦୋକାନଠୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁଠି ପାଣି ପଶିଛି । କିଛି ଜାଗାରେ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଛି । ସୋମବାର ସନ୍ଧ୍ୟା ୫ଟାରୁ ବର୍ଷା ଆରମ୍ଭ ହୋଇ ବିଳମ୍ବିତ ରାତି ୧୧ ଟା ଯାଏଁ ବର୍ଷିଥିଲା । ଫଳରେ ବାଡମେର ସହରରେ ଦୀର୍ଘ ୫ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ସହରର ବସ୍ତି ଅଞ୍ଚଳ ପାଣି ଘେରରେ ରହିଥିବାବେଳେ ଏହାର ସ୍ରୋତ ଏତେ ଅଧିକ ଥିଲା ଯେ କିଛି ସ୍ଥାନରେ କାର୍, ବାଇକ୍ ଆଦି ଗାଡି ଭାସି ଯାଇଥିବା ଦେଖିବାକୁ ମିଳିଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ