ଆଉ ସପ୍ତାହ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏଥିପାଇଁ ସରଗରମ ରାଜସ୍ଥାନ ରାଜନୀତି । ପ୍ରଚାର ମଇଦାନରେ ଥିବା ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭବିଷ୍ୟତ ମୁଖ୍ୟମନ୍ତ୍ରୀ ବାବଦରେ ଆଲୋଚନା କରିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ଏଥିସହ କଂଗ୍ରେସ ସୁପ୍ରିମୋ ତାଙ୍କୁ କ୍ଷମାକରି, ଭୁଲିଯାଇ ଆଗକୁ ବଢିବାକୁ କହିଥିବା ସେ କହିଛନ୍ତି । ଏଥର ଯଦି ଦଳ ପୁଣି ସରକାରକୁ ଆସେ ତେବେ କିଏ ମୁଖ୍ୟମନ୍ତ୍ରୀ ହେବେ ବୋଲି ଗଣମାଧ୍ୟମ ପ୍ରଶ୍ନରେ ପାଇଲଟ କହିଛନ୍ତି, “ନିର୍ବାଚିତ ବିଧାୟକ ଏବଂ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେବେ ଯେ ରାଜସ୍ଥାନରେ କିଏ ଦଳର ନେତୃତ୍ୱ ନେବେ।” କଂଗ୍ରେସ ଏକଜୁଟ ହୋଇଛି କି ନାହିଁ ପଚରାଯିବାରୁ ପାଇଲଟ କହିଛନ୍ତି, “କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଏକଜୁଟ ହୋଇଛି। ବିଜେପିରେ ତିକ୍ତତା ଏବଂ ମତାନ୍ତର ରହିଛି, ଭୁଲ ଢଙ୍ଗରେ ଟିକେଟ ବଣ୍ଟନ କରାଯାଇଛି। ଏକଥା ମୁଁ କହୁ ନାହିଁ, ସମସ୍ତେ କହୁଛନ୍ତି। କିନ୍ତୁ କଂଗ୍ରେସରେ ଏପରି ହୁଏନାହିଁ, ଆମେ ଏକାଠି ବସୁ ଏବଂ ଆଲୋଚନା କରୁ।” ପାଇଲଟ ଆହୁରି କହିଛନ୍ତି, “କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଦଳର ନେତା ରାହୁଲ ଗାନ୍ଧି କ୍ଷମା କରିବାକୁ, ଭୁଲିଯିବାକୁ ଏବଂ ଆଗକୁ ବଢ଼ିବାକୁ କହିଛନ୍ତି। ସେଥିପାଇଁ ମୁଁ ଭବିଷ୍ୟତକୁ ଦେଖୁଛି। ମୁଁ ରାଜସ୍ଥାନ ପାଇଁ ପାଞ୍ଚ ବର୍ଷର ରୋଡ଼ମ୍ୟାପକୁ ଦେଖୁଛି। ମିଳିତ ଭାବେ ଆମେ କଂଗ୍ରେସକୁ ଜିତାଇବୁ। ଏହା ପରେ କିଏ ଦଳର ନେତୃତ୍ୱ ନେବେ, ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବେ ତାହା ବିଧାୟକ ଏବଂ ନେତୃତ୍ୱ ସ୍ଥିର କରିବେ।”
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍