ରାଜସ୍ଥାନରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତରଫରୁ ଘୋଷଣାପତ୍ର ଜାରି କରାଯାଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, କଂଗ୍ରେସ ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ସିଂ ରନ୍ଧବା, କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରାଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି କରାଯାଇଛି । ପୁଣି କ୍ଷମତା ହାତେଇବାକୁ ଚେଷ୍ଟା କରୁଥିବା କଂଗ୍ରେସ ରାଜ୍ୟବାସୀଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଛି । ତେବେ ଆସନ୍ତୁ ଜାଣିବା କଂଗ୍ରେସ ତାର ଘୋଷଣାପତ୍ରରେ କ’ଣ ପ୍ରତିଶ୍ରୁତି ଦେଇଛି ।
କ୍ଷମତାକୁ ଆସିଲେ ରାଜ୍ୟରେ ଜାତିଭିତ୍ତିକ ଜନଗଣନା
ସ୍ୱାସ୍ଥ୍ୟବୀମା ୨୫ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କାକୁ ବୃଦ୍ଧି
ବ୍ୟବସାୟ ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
ଖନନ ଶ୍ରମିକଙ୍କୁ ବିନା ସୁଧରେ ଋଣ
ରାଜ୍ୟ ପ୍ରଶାସନର ନୂଆ ମଡେଲ ପ୍ରସ୍ତୁତ
ପଞ୍ଚାୟତ ସ୍ତରରେ ନୂତନ ନିଯୁକ୍ତି
ପଞ୍ଚାୟତ ସମିତି ସ୍ତରରେ ନୂତନ ସେବା କ୍ୟାଡର ଗଠନ ପାଇଁ ପ୍ରତିଶ୍ରୁତି
କୃଷକଙ୍କୁ ୨ ପ୍ରତିଶତ ସୁଧରେ ଋଣ ପ୍ରଦାନ
ପ୍ରତିବର୍ଷ ପରିବାରର ମହିଳା ମୁଖ୍ୟଙ୍କୁ ୧୦ ହଜାର ଟଙ୍କା ସହାୟତା
ପ୍ରତି ପରିବାରର ୨ଟି ପଶୁଙ୍କୁ ବୀମାଭୂକ୍ତ କରିବା
କିଲୋ ପ୍ରତି ୨ଟଙ୍କାରେ ଗୋବର କିଣାଯିବ
କଲେଜରେ ପଢୁଥିବା ଛାତ୍ରୀମାନଙ୍କୁ ମାଗଣା ଲାପଟପ୍
More Stories
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ
୭୬ ତମ ଗଣତନ୍ତ୍ର ଦିବସ