ରାଜଧାନୀ ରାଜରାସ୍ତାରେ ଗୋରୁଗାଈଙ୍କ ବିଚରଣ ନିଷିଦ୍ଧ । ଗୋରୁଙ୍କ ବିଚରଣକୁ ନିଷିଦ୍ଧ କଲା ବିଏମସି । ଏନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ବୁଲା ଗୋରୁଗାଈ ଓ ଷଣ୍ଢଙ୍କ ରାସ୍ତାରେ ବିଚରଣ ଯୋଗୁଁ ସଡକ ଦୁର୍ଘଟଣା ଅଧିକ ଘଟୁଛି । ଏଥିପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ବୁଲୁଥିବା ଗୋରୁଗାଈ ଓ ଷଣ୍ଢଙ୍କୁ ଉଠାଇ ନେଇ ଜାମୁକୋଳି, ଖୋର୍ଦ୍ଧା ଓ ପୁରୀ ଠାରେ ଥିବା ଗୋଶାଳାରେ ରଖାଯିବ ଓ ସେମାନଙ୍କର ଯତ୍ନ ନିଆଯିବ । ଏଥିପାଇଁ ଦୁଇଟି ସଂସ୍ଥାକୁ ନିୟୋଜିତ କରାଯାଇଥିବା କହିଛନ୍ତି ଭୁବନେଶ୍ବର ମେୟର ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି