ରାଜଧାନୀରେ କମୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ । ବର୍ତ୍ତମାନ ପ୍ରତ୍ୟେକ ଦିନ ୪୫୦ ନମୁନା ପରୀକ୍ଷା କରାଯାଉଛି । ତେବେ ପୂର୍ବ ତୁଳନାରେ କମ୍ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି । ଏବେ କ୍ୟାପିଟାଲ ହସ୍ପିଟାଲରେ ୪୫ ରୋଗୀ ଚିକିତ୍ସିତ ହେଉଛନ୍ତି । ପଟିଆ ଓ ୟୁନିଟ ୪ ହସ୍ପିଟାଲରେ ଡେଙ୍ଗୁ ନମୁନା ପରୀକ୍ଷାର ସୁବିଧା ରହିଛି । ଏହାସହ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ନମୁନା ପରୀକ୍ଷା କରାଯାଉଛି ବୋଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍