ରାଇରଙ୍ଗପୁରରେ ୫୦ କୋଟି ଟଙ୍କାରେ ନିର୍ମାଣ ହେବ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସର୍କିଟ୍ ହାଉସ । ନିର୍ମାଣ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ଏ ନେଇ ମୋଟ ୫ଏକର ଜମି ଆବଣ୍ଟନ କରାଯାଇଛି । ଏହି ଜମି ରାଇରଙ୍ଗପୁର ତହସିଲର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଲାଗି ଆବଣ୍ଟନ ହୋଇଛି । ଏ ନେଇ କେନ୍ଦ୍ରୀୟ ପିଡବ୍ଲ୍ୟୁଡି ବିଭାଗ ତରଫରୁ ସ୍ବତନ୍ତ୍ର ସ୍ଥାନ ପୌରପରିଷଦ କାର୍ଯ୍ୟାଳୟକୁ ପଠାଯାଇଛି । ଏହି ପ୍ଲାନ ଅନୁସାରେ ସେଠାରେ ରାଷ୍ଟ୍ରପତିଙ୍କ କକ୍ଷ, ଡ୍ରଇଁରୁମ୍, ସମ୍ମିଳନୀ କକ୍ଷ, ସାମନାରେ ପର୍ଟିକୋ, ପାକିଂ, ପାର୍କ ତଥା ତାଙ୍କ ଡ୍ୟୁଟିରେ ନିୟୋଜିତ ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଓ ସୁରକ୍ଷାବାହିନୀଙ୍କ ପାଇଁ ଦୁଇଟି ପାଞ୍ଚ ମହଲା ବିଶିଷ୍ଟ ସୌଧ ନିର୍ମାଣ ହେବ । ତେବେ ଖୁବ୍ ଶୀଘ୍ର ଏହି ସ୍ପେଶାଲ ସର୍କିଟ ହାଉସ କାର୍ଯ୍ୟ ତ୍ବରାନ୍ବିତ ହେଉଥିବା ସୂଚନା ରହିଛି ।
More Stories
ମାସକରେ ଦୁଇଥର ବଢିଲା ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା
ବାତ୍ୟା ଦାନା ପାଇଁ 14 ଜିଲ୍ଲାରେ ସ୍କୁଲ୍ ବନ୍ଦ
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ