ଏବେବି ରହସ୍ୟ ଘେରରେ ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ । ଆଜି ଆସିପାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଟିଟେକ୍ସନ ଟେଷ୍ଟ ରିପୋର୍ଟ । ଏହି ରିପୋର୍ଟ ଆସିବା ପରେ ତର୍ଜମା କରାଯିବ । ଆବଶ୍ୟକ ପଡ଼ିଲେ ନାର୍କୋ ଆନାଲିସିସ୍ କରାଯିବ ବୋଲି ସମ୍ବଲପୁର ଏସପି କହିଛନ୍ତି । ଏସପି ଆହୁରି ମଧ୍ୟ କହିଛନ୍ତି ଯେ, ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ହେଲେ, ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ତାକୁ ନେଇ ତଦନ୍ତ ଚାଲୁ ରହିଛି । ଏହାରି ଭିତରେ ଚିନ୍ମୟୀଙ୍କ ପରିବାର ଲୋକଙ୍କୁ ଡାକି ପଚରାଉଚରା କରିଛି ପୋଲିସ । ଚିନ୍ମୟୀଙ୍କ ବାପା, ମାଆ ଓ ଭଉଣୀଙ୍କୁ ପୋଲିସ ପଚରାଉଚରା କରିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା