ଖ୍ରୀଷ୍ଟମାସ ଦିବସ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଶିମଲା । ଏଠାକାର ରିଜ୍ ଗ୍ରାଉଣ୍ଡରେ ଥିବା ଖ୍ରୀଷ୍ଟ ଚର୍ଚ୍ଚ ଏବଂ କ୍ୟାଥୋଲିକ୍ ଚର୍ଚ୍ଚ ଆଲୋକିତ ହୋଇ ଉଠିଛି । ଚର୍ଚ୍ଚରେ ରଙ୍ଗୀନ ଆଲୋକ ଥିବାରୁ ରିଜ୍ ଗ୍ରାଉଣ୍ଡ ଆହୁରି ସୁନ୍ଦର ଦେଖାଯାଉଛି । ଦୂର ଦୂରାନ୍ତରୁ ଶିମଲା ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଆକର୍ଷଣର କେନ୍ଦ୍ର ପାଲଟିଛି । 25 ଡିସେମ୍ବରରେ ଶିମଲାର ଏୈତିହାସିକ ଖ୍ରୀଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟମାସ ଦିବସ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏହି ଦିନ ସକାଳ 9:30 ରେ ଇଂରାଜୀରେ ଏବଂ ତା’ପରେ 11 ଟା ସମୟରେ ହିନ୍ଦୀରେ ପ୍ରାର୍ଥନା କରାଯିବ । ଗତ ଦୁଇ ବର୍ଷ ଧରି କରୋନା କାରଣରୁ ଖ୍ରୀଷ୍ଟମାସ ଦିବସ ପାଳନ ହୋଇପାରିନଥିଲା । ଏହା ପୂର୍ବରୁ ଏଠାରେ ଏକ ମହମବତୀ ଆଲୋକ ସେବା ଅନୁଷ୍ଠିତ ହୋଇଯାଇଛି। ଖ୍ରୀଷ୍ଟମାସ ବାର୍ତ୍ତା ଏହି ମହମବତୀ ଆଲୋକରେ ଲୋକଙ୍କୁ ଦିଆଯାଏ । ଖ୍ରୀଷ୍ଟମାସ ଦିବସ ଅବସରରେ ଇଂଲଣ୍ଡକୁ ପଠାଯାଇଥିବା 175 ବର୍ଷ ପୁରୁଣା ଘଣ୍ଟି ମାଧ୍ୟମରେ ପ୍ରାର୍ଥନା ପୂର୍ବରୁ ଲୋକଙ୍କୁ ମଧ୍ୟ ସୂଚନା ଦିଆଯିବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍