The Topmost

“The eyes believe themselves, the ears believe other people.”

ରକ୍ତାକ୍ତ ଯୁଦ୍ଧରୁ ବର୍ତ୍ତିଗଲା ଋଷ

ରକ୍ତାକ୍ତ ଯୁଦ୍ଧରୁ ବର୍ତ୍ତିଗଲା ଋଷ । ଋଷରେ ଥମିଲା ବିଦ୍ରୋହ । ରକ୍ତାକ୍ତ ଯୁଦ୍ଧରୁ ଅଳ୍ପକେ ବର୍ତ୍ତିଗଲା ଋଷ୍‌ । ମସ୍କୋ ଗଲାନି ପ୍ରାଇଭେଟ୍ ଆର୍ମି ୱାଗନର । ନିଜ ସରକାର ବିରୋଧରେ ବିଦ୍ରୋହ ଆରମ୍ଭ କରିଛି ୱାଗନର । ଭ୍ଲାଦିମିର ପୁଟିନଙ୍କ ନିକଟତର ୱାଗନର ମୁଖ୍ୟ ଏବେ ପୁଟିନଙ୍କୁ ଜୋରଦାର ବିରୋଧ କରୁଛନ୍ତି । ୩୬୦ କିଲୋମିଟର ପୂର୍ବରୁ ୟୁ-ଟର୍ଣ୍ଣ ନେଇଛି ୱାଗନର ଆର୍ମି । ପୁଟିନଙ୍କୁ ଗାଦିଚ୍ୟୁତ କରିବାକୁ ୨୫ ହଜାର ସୈନ୍ୟ ସହ ମସ୍କୋ ଅକ୍ତିଆର ପାଇଁ ମାଡ଼ି ଚାଲିଥିଲା ୱାଗନର । ହେଲେ ବେଲାରୁଷ ରାଷ୍ଟ୍ରପତି ମଧ୍ୟସ୍ଥତା ପାଇଁ କହିବାରୁ ଅଧାବାଟରୁ ଫେରିଛି ୱାଗନର । ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ସହମତି ଦେଇଛନ୍ତି ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନ । ପୂର୍ବରୁ ଓ୍ୱାଗନର ତିନୋଟି ସହର କବଜା କରିନେଇଛି । ଏବେ ବି ହାଇଆଲର୍ଟରେ ଅଛନ୍ତି ପୁଟିନ୍ ସେନା । ଋଷର ଏଭଳି ସ୍ଥିତି ଉପରେ ନଜର ରଖିଛନ୍ତି ୟୁକ୍ରେନ ଓ ଆମେରିକା । ଏବେ ମସ୍କୋରେ ଲକଡାଉନ ରହିଛି । ଋଷ ସେନା ସହରର ସୁରକ୍ଷା ପାଇଁ ଆଲର୍ଟରେ ଅଛନ୍ତି ।