The Topmost

“The eyes believe themselves, the ears believe other people.”

ଯୋଗୀଙ୍କୁ ଭେଟିଲେ ଜୟପ୍ରଦା

ଉତ୍ତରପ୍ରଦେଶରେ ଉପ-ନିର୍ବାଚନ ପୂର୍ବରୁ ବିଜେପି ନେତ୍ରୀ ଜୟାପ୍ରଦା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି | ଆଉ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଖୁବ ଶୀଘ୍ର ଉତ୍ତରପ୍ରଦେଶରେ ଦୁଇଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ଜନତା ପାର୍ଟି ଏବଂ ସମାଜବାଦୀ ପାର୍ଟିର ଅନେକ ପ୍ରାର୍ଥୀ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଲବି ଆରମ୍ଭ କରିଦେଲେଣି | ଏହି ସମୟରେ ପୂର୍ବତନ ଅଭିନେତ୍ରୀ ଜୟାପ୍ରଦା ଏବଂ ଯୋଗୀ ଆଦିତ୍ୟନାଥଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ବଢିଛି | ଜୟା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ । ଏକ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା | ଯଦିଓ ଜୟାପ୍ରଦା ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କହିଛନ୍ତି, କିନ୍ତୁ ଚର୍ଚ୍ଚା ଚାଲିଛି ଯେ ଉପ-ନିର୍ବାଚନକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି ଏବଂ ସେ ଉପ-ନିର୍ବାଚନରେ ​​ପ୍ରାର୍ଥୀ ହୋଇପାରନ୍ତି।

SHARE BY