ଇଂଲଣ୍ଡ୍ର ହିନ୍ଦୁ ମନ୍ଦିର ବାହାରେ ଯୋଜନାବଦ୍ଧ ପ୍ରତିବାଦ ପ୍ରଦର୍ଶନ । ୱେଷ୍ଟ୍ ମିଡ୍ଲାଣ୍ଡ୍ସ୍ ଅନ୍ତର୍ଗତ ସ୍ମେଦ୍ୱିକ୍ ନଗରୀସ୍ଥିତ ଏକ ହିନ୍ଦୁ ମନ୍ଦିର ବାହାରେ ୨୦୦ ଉତ୍ତ୍ୟକ୍ତ ସଂଖ୍ୟାଲଘୁଙ୍କ ପ୍ରତିବାଦ ପ୍ରଦର୍ଶନ । ସାମାଜିକ ଗଣମାଧ୍ୟମରେ ସେୟାର୍ ହୋଇଥିବା ଭିଡିଓଗୁଡ଼ିକରେ ଦେଖାଯାଉଛି ସ୍ପୋନ୍ ଲେନ୍ରେ ଥିବା ‘ଦୁର୍ଗା ଭବନ ହିନ୍ଦୁ ସେଣ୍ଟର୍’ ଆଡ଼କୁ ବହୁସଂଖ୍ୟକ ଲୋକ ଚାଲି ଚାଲି ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ‘ଆଲ୍ଲା ହୋ ଅକ୍ବର୍’ ସ୍ଲୋଗାନ୍ ଚିତ୍କାର କରୁଥିବା ମଧ୍ୟ ଶୁଭୁଛି । କେତେକ ପ୍ରତିବାଦକାରୀ ମନ୍ଦିର ପାଚେରି ଚଢ଼ିବାକୁ ଉଦ୍ୟମ କରିବାରୁ ଆଇନ ପ୍ରଣୟନ କର୍ମଚାରୀମାନେ ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଉଦ୍ୟମ କରିଥିଲେ । ‘ବର୍ମିଙ୍ଗ୍ହାମ୍’ ୱାର୍ଲଡ୍’ ରିପୋର୍ଟ ଅନୁସାରେ, ମଙ୍ଗଳବାର ଦିନ ‘ଦୁର୍ଗା ଭବନ’ ମନ୍ଦିର ବାହାରେ ‘ଆପ୍ନା ମୁସ୍ଲିମ୍ସ୍’ ବୋଲି କୁହାଯାଉଥିବା ଏକ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଡାକରା ଦେଇଥିଲା । ଏ ସମ୍ପର୍କରେ ଅବଗତ ହେବା ପରେ ଲଣ୍ଡନ୍ ସ୍ଥିତ ଭାରତୀୟ ହାଇକମିସନ୍ କଡ଼ା ଭାଷାରେ ବିବୃତି ଦେଇଛି । ଏବଂ ଭାରତୀୟ ସମ୍ପ୍ରଦାୟଙ୍କ ବିରୋଧରେ ଘଟିଥିବା ହିଂସାକାଣ୍ଡକୁ ନିନ୍ଦା କରିବା ସହ ପ୍ରଭାବିତ ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରିଛି ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର