() ରୁଷ୍ ସେନାକୁ ରୋକିବା ପାଇଁ ୟୁକ୍ରେନର ଚେଷ୍ଟା । ଏନେଇ ଦୂରଗାମୀ ଯୁଦ୍ଧାସ୍ତ୍ର ଆବଶ୍ୟକ କରୁଥିବା ବେଳେ ଆମେରିକା ଏଥିଲାଗି ବଢ଼ାଇଛି ସହାୟତାର ହାତ । ୟୁକ୍ରେନ୍କୁ ଶକ୍ତିଶାଳୀ ରକେଟ୍ ସିଷ୍ଟମ୍ ଯୋଗାଇବାକୁ ନିଷ୍ପତ୍ତି ନେଇଛି ଆମେରିକା । ପାଖାପାଖି ୫୦ ମାଇଲ୍ ବା ୮୦ କି.ମି ଦୂରରୁ ଏହା ଶତ୍ରୁ ସେନା ଉପରେ ଆକ୍ରମଣ କରିପାରିବ । ସେପଟେ ଆମେରିକାର ଏଭଳି ପଦକ୍ଷେପକୁ ନିନ୍ଦା କରିଛି ରୁଷ୍ । ଏଭଳି କରି ଆମେରିକା ନିଆଁରେ ଘିଅ ଢାଳୁଛି ବୋଲି କହିଛନ୍ତି କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ । ପେସ୍କୋଭ ଦର୍ଶାଇଛନ୍ତି ଯେ ଆମେରିକା ଅନବରତ ଓ ଉଦ୍ଦେଶ୍ୟମୂଳକ ଭାବେ ୟୁକ୍ରେନ୍କୁ ସବୁପ୍ରକାର ସହାୟତା ଦେଉଛି ଯାହାକି ନିଆଁରେ ଘିଅ ଢାଳିବା ଭଳି ମନେହେଉଛି । ଏହାଦ୍ୱାରା ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଲାଗିରହିଥିବା ବିବାଦ ଥମିବା ପରିବର୍ତ୍ତେ ବୃଦ୍ଧି ପାଇବ ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଅଡୁଆରେ ସୁଲତା