The Topmost

“The eyes believe themselves, the ears believe other people.”

ଯୁଦ୍ଧରେ ହାରିଗଲେ କି ପୁଟିନ୍ ?

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ ନିଷ୍ପତ୍ତି । ସେ ୟୁକ୍ରେନରୁ ସେନା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷ ଗସ୍ତରେ ଥିବା ବେଳେ ପୁଟିନ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଏହାପରେ ୟୁକ୍ରେନ ସହ ରୁଷର ଯୁଦ୍ଧ ଶେଷ ଆଡକୁ ଯାଉଛି ବୋଲି କୁହାଯାଉଛି । ବୁଧବାର ରୁଷର ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁ ସେନା ପ୍ରତ୍ୟାହାର ନେଇ ସୂଚନା ଦେଇଛନ୍ତି । ୟୁକ୍ରେନର ଚାରୋଟି ପ୍ରଦେଶ ମଧ୍ୟରୁ ଖେରସନ ସବୁଠୁ ବଡ ଅଞ୍ଚଳ । ଯାହାକୁ ପୁଟିନ ବେଆଇନ ଭାବେ ଦଖଲ କରିଥିଲେ । ଏବଂ ପରେ ସେଠାରେ ସାମରିକ ଆଇନ ଲାଗୁ କରିଥିଲେ । ସେନା ପ୍ରତ୍ୟାହାର ନିଷ୍ପତ୍ତି ପରେ ରୁଷ ଯୁଦ୍ଧରୁ ହାରୁଛି କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।