ଆଜିଠୁ ଆରମ୍ଭ ହେଉଛି ଦ୍ବିତୀୟ ପର୍ଯ୍ୟାୟ ଯୁକ୍ତଦୁଇ ନାମଲେଖା ପାଇଁ ଆବେଦନ । ଯୁକ୍ତ ଦୁଇରେ ନାମ ଲେଖାଇବାକୁ ଛାତ୍ରଛାତ୍ରୀଙ୍କୁ ଦ୍ବିତୀୟ ସୁଯୋଗ । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସମସ୍ୟା ଯୋଗୁ ନାମ ଲେଖାଇପାରିନଥିବା ଛାତ୍ରଛାତ୍ରୀ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ସିଟ୍ ପାଇନଥିବା ଛାତ୍ରଛାତ୍ରୀ ମଧ୍ୟ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ । ସେମାନଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ । କେବଳ ନୂଆ ଆବେଦନ କରୁଥିବା ଛାତ୍ରଛାତ୍ରୀ ଆବଶ୍ୟକ ଫି ଦାଖଲ କରିବେ । ଆସନ୍ତା ୨୨ ତାରିଖ ମଧ୍ୟାହ୍ନ ୧୨ଟାରେ ସିଟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ । ୨୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ନାମଲେଖା ଫି ଦାଖଲ କରି ୨୩ରୁ ୨୬ ତାରିଖ ମଧ୍ୟରେ କଲେଜରେ ରିପୋଟିଂ କରିବେ । ଅକ୍ଟୋବର ୩ ତାରିଖରେ ଓ୍ବେଟିଂ ତାଲିକା ପ୍ରକାଶ ପାଇ ୬ ତାରିଖରେ ନାମ ଲେଖାଯିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା