The Topmost

“The eyes believe themselves, the ears believe other people.”

ଯାତ୍ରୀଙ୍କ ପାଇଁ ଆଇଆରସିଟିସି ଆଣିଛି ନୂଆ ଯୋଜନା

ଦେଶରେ ଆଇଆରସିଟିସି ଭାରତ ଗୌରବ ଯାତ୍ରାର ଶୁଭାରମ୍ଭ କରିଛି । ଏହି ଯୋଜନାରେ ଯାତ୍ରୀମାନେ ସୁବିଧାର ସହ ଯାତ୍ରା କେମିତି କରିବେ ତାକୁ ଗୁରୁତ୍ୱ ଦିଆଯାଉଛି । ଯୋଜନାରେ ଦେଶର ବିଭିନ୍ନ ପ୍ରାନ୍ତ ସହ ଯାତ୍ରୀମାନେ ନେପାଳକୁ ମଧ୍ୟ ଯାତ୍ରା କରିପାରୁଛନ୍ତି । ଆଇଆରସିଟିସି ଦ୍ୱାରା ଚଳାଯାଉଥିବା ସ୍ୱତନ୍ତ୍ର ଟ୍ରେନ୍ ଲୋକଙ୍କୁ ଖୁବ ପସନ୍ଦ ଆସିଛି । ତେବେ ବର୍ତ୍ତମାନ ଲୋକଙ୍କ ଆଗ୍ରହକୁ ଦେଖି ନେପାଳ ସହ ଅନ୍ୟ କିଛି ଦେଶକୁ ମଧ୍ୟ ଏହି ସ୍କିମରେ ଯାତ୍ରା କରିବା ପାଇଁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ଦୁଇ ଦେଶକୁ ଯାତ୍ରା ଆଇଆରସିଟିସିର ଏହି ଯୋଜନାରେ ହୋଇପାରିବ । ପର୍ଯ୍ୟଟକମାନଙ୍କ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ଯାତ୍ରା ନେଇ ଆଗ୍ରହକୁ ଦେଖି ଆଇଆରସିଟିସି ଦ୍ୱାରା ଦୁଇଟି ମହତ୍ତ୍ୱପୂର୍ଣ୍ଣ ଯାତ୍ରା ଆରମ୍ଭ ହେବ । ଏହି ଯୋଜନାରେ ଶ୍ରୀଲଙ୍କା ଏବଂ ନେପାଳକୁ ଯାତ୍ରୀ ଯିବା ପାଇଁ ନିଷ୍ପତ୍ତି ହୋଇଛି । ନେପାଳକୁ ଗସ୍ତ ପାଇଁ ଆପଣ ଦିଲ୍ଲୀ ଠାରୁ କାଠମାଣ୍ଡୁ ଏବଂ ପୋଖରାକୁ ଯାତ୍ରା କରିପାରିବେ । ଏହା ଏକ ବିମାନ ସେବାର ଯୋଜନା । ଯେଉଁ ଯୋଜନାରେ ଆପଣ ଦିଲ୍ଲୀରୁ କାଠମାଣ୍ଡୁ ବିମାନରେ ଯିବାଆସିବା କରିପାରିବେ । ଏହି ସ୍ୱତନ୍ତ୍ର ଯୋଜନାର ଲାଭ ଆପଣ ଅଗଷ୍ଟ ୨୧ରୁ ଉଠାଇପାରିବେ ।