The Topmost

“The eyes believe themselves, the ears believe other people.”

ଯମୁନା ଓ ହିଣ୍ଡନ ନଦୀ ଅଞ୍ଚଳରୁ ହଟିଲା ବେଆଇନ ଜବରଦଖଲ

() ଦିଲ୍ଲୀରେ ପୁଣି ଚାଲିଲା ବୁଲଡୋଜର୍ । ଯମୁନା ଓ ହିଣ୍ଡନ ନଦୀ ଅଞ୍ଚଳରେ ବେଆଇନ ଜବରଦଖଲ କରି ନିର୍ମାଣ ହୋଇଥିବା ଫାର୍ମ ହାଉସ ଉପରେ ବୁଲଡୋଜର ଚାଲିଛି । ଏହା ନୋଏଡା ପ୍ରାଧିକରଣ ଓ୍ୱାର୍କ ସର୍କଲ-୧୦ର ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ । ଭୂଲେଖ ଓ ଜଳ ସେଚନ ବିଭାଗର ମିଳିତ ଉଦ୍ୟମରେ ଏହି ଜବରଦଖଲ ହଟିଛି । ସେମାନେ ତିଲବାଡା ଗ୍ରାମର ୫୫ ଓ ଗୁଲାବଲୀ ଗ୍ରାମରେ ଥିବା ୭ଟି ଫାର୍ମ ହାଉସକୁ ଭାଙ୍ଗିଛନ୍ତି । ଏହାସହ ୧ ଲକ୍ଷ ୪୫ ହଜାର ବର୍ଗ ମିଟରର ଜମିକୁ ଜବରଦଖଲ ମୁକ୍ତ କରିଛନ୍ତି । ତେବେ ଜବରଦଖଲ ମୁକ୍ତ ହୋଇଥିବା ଜମିର ଦାମ୍ ପ୍ରାୟ ୫୫ କୋଟି ହେବ ବୋଲି ସୂଚନା ମିଳୁଛି । ଏହାସହ ଜବରଦଖଲକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାକୁ ନେଇ ନୋଏଡା ସିଇଓ ରିତୁ ମହେଶ୍ୱରୀ କହିଛନ୍ତି ଯେ ଏହି ଅଭିଯାନ ଲଗାତର ଜାରି ରହିବ । ଭୂମାଫିଆଙ୍କୁ ଛଡାଯିବ ନାହିଁ ।

https://thetopmost.in/an-artificial-eye-can-see-everything-for-a-blind-person/