January 14, 2026

ଯମୁନା ଏକ୍ସପ୍ରେସ-ଓ୍ୱେରେ ଭୟଙ୍କର ଦୁର୍ଘଟଣା

ନିୟନ୍ତ୍ରଣ ହରାଇ ଡିଭାଇଡର୍‌ରେ ପିଟି ହେଲା ଡବଲ୍‌ ଡେକର୍‌ ବସ୍‌। ଏତିକି ବେଳେ ହଠାତ୍‌ ବସ୍‌ ଭିତରେ ଧସେଇ ପଶିଗଲା ସ୍ୱିଫ୍ଟ ଡିଜାୟର୍‌ କାର୍‌ । ଫଳରେ ହୁ ହୁ ହୋଇ ଜଳି ଉଠିଗଲା କାର୍‌ ଓ ବସ୍‌ । ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଗଲେ ୫ ଜଣ। ଏଭଳି କିଛି ଭୟଙ୍କର ଦୁର୍ଘଟଣା ଘଟିଛି ଯମୁନା ଏକ୍ସପ୍ରେସ-ଓ୍ୱେରେ । ସୂଚନା ମୁତାବକ, ଆଜି ଭୋରୁ ଆଗ୍ରାରୁ ନୋଏଡା ଯାଉଥିବା ଏକ ଡବଲ ଡେକର ସ୍ଲିପର ବସ୍ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟିହୋଇ ରାସ୍ତା ଉପରକୁ ମାଡିଯାଇଥିଲା । ଠିକ୍ ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ସ୍ୱିଫ୍ଟ ଡିଜାୟାର କାରଟି ମଧ୍ୟ ନିୟନ୍ତ୍ରଣ ହରାଇ ବସିଥିଲା। ପଛପଟୁ ଧକ୍କା ଦେଇ ବସ୍‌ ଭିତରେ ପଶି ଯାଇଥିଲା। ଫଳରେ ବସ୍‌ର ଡିଜେଲ ଟ୍ୟାଙ୍କରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଏହି ନିଆଁ ଭୟଙ୍କର ରୂପ ନେଇ କାର୍‌କୁ ବ୍ୟାପି ଯାଇଥିଲା। ଫଳରେ କାର୍‌ରେ ବସିଥିବା ୫ ଜଣ ଯାତ୍ରୀ ଆଉ ବାହାରକୁ ବାହାରି ପାରିନଥିଲେ। ସେମାନେ ଜୀବନ୍ତ ଜଳି ଯାଇଥିଲେ।

SHARE BY