ଯବାନ ଖାଇବେ ମାଣ୍ଡିଆ ଅଟା

ସେନା ଯବାନଙ୍କ ଖାଦ୍ୟରେ ସାମିଲ ହେବ ମାଣ୍ଡିଆ ଅଟା । ପୋଷକତତ୍ତ୍ବ ବୃଦ୍ଧି ନିମନ୍ତେ ଭାରତୀୟ ସେନା ଯବାନମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଭୋଜନରେ ମାଣ୍ଡିଆ ଅଟା ସାମିଲ କରାଯିବ ବୋଲି ବୁଧବାର ଦିନ ଜାରି କରିଥିବା ବିବୃତିରେ ସେନା କହିଛି । ୨୦୨୩କୁ ଜାତିସଂଘ ‘ଆନ୍ତର୍ଜାତିକ ମାଣ୍ଡିଆ ବର୍ଷ’ ବୋଲି ଘୋଷଣା କରିଥିବାରୁ ମାଣ୍ଡିଆ ଭକ୍ଷଣ ବୃଦ୍ଧି ନିମନ୍ତେ ଯବାନମାନଙ୍କ ଭୋଜନରେ ମାଣ୍ଡିଆ ଅଟା ସାମିଲ କରିବା ଲାଗି ଭାରତୀୟ ସେନା ନିଷ୍ପତ୍ତି ନେଇଛି। ଏହି ଉଲ୍ଲେଖନୀୟ ନିଷ୍ପତ୍ତି ଫଳରେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ପୁଣି ଯବାନମାନଙ୍କୁ ଦେଶଜ ଓ ପାରମ୍ପରିକ ଦାନା ମିଳିବ। ୫୦ ବର୍ଷ ତଳେ ଯବାନମାନଙ୍କୁ ମିଳୁଥିବା ଭୋଜନରେ ମାଣ୍ଡିଆ ଅଟା ଥିଲା। କିନ୍ତୁ, ତାକୁ ବାଦ ଦେଇ ଗହମ ଅଟା ଦିଆଗଲା ବୋଲି ସେନା ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି।

SHARE BY